ସମସ୍ତ କରୋନା ମୃତକଙ୍କୁ ଚିହ୍ନଟ କରାଯିବ

69

ନୂଆଦିଲ୍ଲୀ : କୋଭିଡରେ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଟଙ୍କା କ୍ଷତିୂରଣ ଦିଆଯାଇପାରିବ ନାହିଁ । ସୁପ୍ରିମକୋର୍ଟରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । କୋର୍ଟରେ ସରକାର କହିଛନ୍ତି ଏହି ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଭବିଷ୍ୟତରେ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ମୃତବ୍ୟକ୍ତିଙ୍କ ପରିବାର ଲାଗି ସରକାର କ୍ଷତି ପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟସ୍ତ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତି ପୂରଣ ଦେବାର ବ୍ୟବସ୍ଥା ରହିଛି । ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ କ୍ଷେତ୍ରରେ ଏଣୁ ଏହା ପ୍ରଯୁଜ୍ୟ ନୁହେଁ ।

ସୁପ୍ରିମକୋର୍ଟରେ ସରକାର ଆହୁରି କହିଛନ୍ତି, କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚ ଓ କର ବାବଦରେ ସ୍ୱଳ୍ପ ରାଜସ୍ୱ ଆଦାୟ ଯୋଗୁଁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଭଲ ରହିନାହିଁ । ହଜାର ହଜାର କୋଭିଡ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବା ସମ୍ଭବ ନୁହେଁ । କ୍ଷତି ପୂରଣ ବାବଦରେ ଏହି ବିପୁଳ ଅର୍ଥ ପ୍ରଦାନ କରାଗଲେ ଉକ୍ତ ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଲାଗି ଖର୍ଚ୍ଚ ହ୍ରାସ ପାଇବ । ଫଳରେ ଭଲ ବଦଳରେ ଅଧିକ କ୍ଷତି ଘଟିବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର ।

Comments are closed.