ଭାରତୀୟଙ୍କ ପାଇଁ ପୁଣି ଖୋଲା ହେଲା ଦୁବାଇ

73

-୨ଟି ଡୋଜ୍ ନେଇଥିବା ବ୍ୟକ୍ତି କରିପାରିବେ ଯାତ୍ରା

ନୂଆଦିଲ୍ଲୀ : ଦୁବାଇ ଭାରତ ସମେତ ଅନେକ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଯାତ୍ରା ପ୍ରତିବନ୍ଧକକୁ କୋହଳ କରିଛି । ଯାତ୍ରୀଙ୍କୁ ୟୁଏଇ ଅନୁମୋଦିତ କୋଭିଡ ଟିକା ଉଭୟ ଡୋଜ ନେବା ଅନିବାର୍ଯ୍ୟ । ଗଲ୍ଫ ନ୍ୟୁଜ୍ ଖବର ଅନୁଯାୟୀ, ଦୁବାଇର ସଙ୍କଟ ଏବଂ ବିପର୍ଯ୍ୟୟ ପରିଚାଳନା ସର୍ବୋଚ୍ଚ କମିଟି ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଭାରତରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଦୁବାଇର ଟ୍ରାଭେଲ ପ୍ରୋଟୋକଲରେ ସଂଶୋଧନ ଘୋଷଣା କରିଛନ୍ତି । ଏହି କମିଟିର ନେତୃତ୍ୱ ନେଉଛନ୍ତି ଶେଖ ମନସୁର ବିନ୍ ମହମ୍ମଦ ବିନ୍ ରସିଦ ମଖତୁମ । ଏହାପୂର୍ବରୁ ୟୁଏଇ ୨୦୨୦ ରେ ଭାରତ ଏବଂ ଅନ୍ୟ ଦେଶରୁ ପର୍ଯ୍ୟଟକଙ୍କ ପାଇଁ ନିଜ ଦ୍ୱାର ଖୋଲିଥିଲା । କିନ୍ତୁ କରୋନା ଭାଇରସର ଡେଲଟା ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ପୁନର୍ବାର ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ରିପୋର୍ଟ ଅନୁଯାୟୀ, ୟୁଏଇ ସରକାର ସ୍ୱୀକୃତି ଦେଇଥିବା ଚାରିଟି ଟିକା ମଧ୍ୟରେ ସିନୋଫାର୍ମ, ଫାଇଜର-ବାୟୋନଟେକ, ସ୍ପୁଟନିକ୍-ଭି ଏବଂ ଅକ୍ସଫୋର୍ଡ-
ଏଷ୍ଟ୍ରାଜେନେକା ଅନ୍ତର୍ଭୁକ୍ତ ।

ଦୁବାଇ ଯାତ୍ରା ପୂର୍ବରୁ ଜରୁରୀ ସୂଚନା : ଭାରତ ଏବଂ ଅନ୍ୟ ଦେଶର ଦୁବାଇ ବାସିନ୍ଦାଙ୍କ ପାଇଁ ପ୍ରତିବନ୍ଧକ ହଟାଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ଚାରୋଟି ଟିକା ଅନୁମୋଦନ କରିଛି । ନୂତନ ନିୟମ ଅନୁଯାୟୀ, ଯେଉଁମାନେ ଏହି ଚାରୋଟି ଟିକାର ଦୁଇଟି ଡୋଜ ନେଇଛନ୍ତି କେବଳ ସେମାନେ ଯାତ୍ରା କରିପାରିବେ । କେବଳ ଭାରତରୁ ଦୁବାଇକୁ ଆସୁଥିବା ଯାତ୍ରୀମାନଙ୍କୁ ଏକ ବୈଧ ଆବାସିକ ଭିସା ଦରକାର ଯେଉଁମାନେ ୟୁଏଇ ଦ୍ୱାରା ଅନୁମୋଦିତ କୋଭିଡ ଟିକା ଉଭୟ ଡୋଜ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆର ଅଣ-ବାସିନ୍ଦା ଯାତ୍ରୀମାନଙ୍କୁ ଟିକାକରଣ ଏବଂ ଟେଷ୍ଟ ରିପୋର୍ଟ ଅନୁଯାୟୀ ଯାତ୍ରା କରିବାକୁ ଅନୁମତି ଦିଆଯାଇପାରେ । ଯାତ୍ରୀଙ୍କ ପାଇଁ ୪୮ଘଣ୍ଟା ପୂର୍ବରୁ ପ୍ରସ୍ତୁତ ରିପୋର୍ଟ ଦେଖାଇବା ଅନିବାର୍ଯ୍ୟ । ତେବେ ୟୁଏଇ ନାଗରିକମାନେ ଏଥିରୁ ବଞ୍ଚିତ ହୋଇଛନ୍ତି । କେବଳ ସେହି ନେଗେଟିଭ ଟେଷ୍ଟ ସାର୍ଟିଫିକେଟ୍ ଗ୍ରହଣ କରାଯିବ ଯାହାର କୋଡ୍ ଥିବ । ଦୁବାଇ ଅଭିମୁଖେ ଯାତ୍ରା କରିବାର ୪ ଘଣ୍ଟା ପୂର୍ବରୁ ଭାରତୀୟ ଯାତ୍ରୀଙ୍କୁ ରପିଡ଼ ପିସିଆର ଟେଷ୍ଟ କରାଇବାକୁ ହେବ । ଦୁବାଇ ପହଞ୍ଚିବା ପରେ ସେଠାରେ ବି ପିସିଆର ଟେଷ୍ଟ କରାଇବାକୁ ପଡିବ । ଦୁବାଇ ପହଞ୍ଚିବା ପରେ ପିସିଆର ଟେଷ୍ଟ ରିପୋର୍ଟ ନ ଆସିବା ଯାଏଁ ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ, ଅର୍ଥାତ ୨୪ ଘଣ୍ଟା ।

Comments are closed.