ଅମରନାଥ ଯାତ୍ରା ବାତିଲ୍ : ଅନ୍ଲାଇନ୍ ରେ ହିମଲିଙ୍ଗ ଦର୍ଶନ

73

ନୂଆଦିଲ୍ଲୀ :ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ବାତିଲ ହେଲା ଅମରନାଥ ଯାତ୍ରା । ବାର୍ଷିକ ଅମରନାଥ ଯାତ୍ରା ବାତିଲ କରିବାକୁ ରାଜ୍ୟପାଳ ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ନେଇ ରାଜ୍ୟପାଳ କହିଛନ୍ତି ଯେ, ଲୋକଙ୍କ ଜୀବନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ । ତେଣୁ ଜନସାଧାରଣଙ୍କ ସ୍ୱାର୍ଥରେ ଚଳିତବର୍ଷର ତୀର୍ଥଯାତ୍ରା ଆୟୋଜନ କରିବା ଅନୁଚିତ । ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନା ବିଷୟରେ ଶ୍ରୀଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସ୍ଏଏସ୍ବି) ଅବଗତ ଏବଂ ଆମେ ଏହାକୁ ସମ୍ମାନ କରୁଛୁ । ଏ ନେଇ ଭକ୍ତଙ୍କ ପାଇଁ ସକାଳ ଏବଂ ସନ୍ଧ୍ୟା ଆଳତିର ଲାଇଭ୍ ପ୍ରସାରଣ କରାଯିବ ।

ଶ୍ରୀଅମରନାଥଜୀ ଶ୍ରୀମନ୍ଦିର ବୋର୍ଡର ସିଇଓ ନୀତୀଶର କୁମାର କହିଛନ୍ତି, ଆମେ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଦେଶରେ କୋଭିଡ୍-୧୯ ସ୍ଥିତିର ମୂଲ୍ୟାଙ୍କନ କରିଛୁ । ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଉପରେ ବୋର୍ଡ ପକ୍ଷରୁ ଧ୍ୟାନ ଦିଆଯାଇଛି । ଏ ନେଇ ଭକ୍ତଙ୍କ ପାଇଁ ପୂର୍ବବର୍ଷ ଭଳି ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଶିବଲିଙ୍ଗର ପୂଜା ଏବଂ ଦର୍ଶନକୁ ଲାଇଭ୍ ପ୍ରସାରଣ କରାଯିବ ।

Comments are closed.