ଜିତିଲା ପ୍ରେମ, ଖାଲି ହାତରେ ଫେରିଲା ୟୁପି ପୋଲିସ

73

ଭୁବନେଶ୍ୱର : ପ୍ରେମ ଯଦି ସଚ୍ଚା ଥାଏ ତେବେ ସବୁ ବାଧାବିଘ୍ନ ବି ହାର ମାନିଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ପ୍ରେମିକ ପାଇଁ ପରିବାରକୁ ପଛ କରି ଉତ୍ତରପ୍ରଦେଶରୁ ଭୁବନେଶ୍ୱରକୁ ଆସିଥିବା ଯୁବତୀ ଘଟଣାରେ କୋର୍ଟ ନେଲେ ନିଷ୍ପତ୍ତି । ଯୁବତୀ ସାବାଳିକା, ନିଜ ଇଛାରେ ରହି ପାରିବେ । ଯୁବତୀ ହିଁ ନେଇପାରିବେ ଜୀବନର ନିଷ୍ପତ୍ତ । ପରିବାର ଲୋକେ ଆଣିଥିଲେ ଅପହରଣ ଅଭିଯୋଗ । କିନ୍ତୁ କୋର୍ଟରେ ଖଣ୍ଡନ କଲେ ଝିଅ ।
ଶେଷରେ ନିରାଶ ହୋଇ ଫେରିଗଲେ ଯୁବତୀଙ୍କ ପରିବାର । ଉତ୍ତରପ୍ରଦେଶ ଗୋରଖପୁରର ଯୁବତୀ ଭୁବନେଶ୍ୱରରେ ଜଣେ ଯୁବକକୁ ବିବାହ ପାଇଁ କିଛି ଦିନ ତଳେ ଆସିଥିଲେ । ଯୁବତୀଙ୍କ ପରିବାର ଲୋକେ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୟୁପି ପୋଲିସ ଭୁବନେଶ୍ୱରରେ ଆସି ତନାଘନା କରିଥିଲା ।

ସେପଟେ କିନ୍ତୁ ଯୁବତୀ କହିଛନ୍ତି ଅପହରଣ ନୁହେଁ ବରଂ ନିଜ ଇଚ୍ଛାରେ ସେ ଘର ଛାଡ଼ି ଆସିଛନ୍ତି । ସେପଟେ ଯୁବତୀ ଓଲଟା ପରିବାର ବିରୋଧରେ ଅଭିଯୋଗ ବାଢିଛନ୍ତି । ତାଙ୍କ ଶଶୁର ଘର ଲୋକଙ୍କୁ ବାଧ୍ୟ କରିବା ସହ ଧମକଚମକ ଦେଉଥିବା ଯୁବତୀ ଅଭିଯୋଗ କରିଛନ୍ତି । ଯୁବତୀଜଣଙ୍କ ଯିବାକୁ ଚାହୁଁନଥିବା ମଧ୍ୟ ଭିଡିଓ ଜରିଆରେ ଜଣାଇଛନ୍ତି । ଘରୁ ଆସିବା ବେଳେ ଚିଠି ଲେଖିଆସିଥିଲେ । ଭୁବନେଶ୍ୱର ଆସିବା ପରେ ନିଜର ପୁରୁଷବନ୍ଧୁଙ୍କୁ ବିବାହ କରିଛନ୍ତି ଯୁବତୀ ।

Comments are closed.