ଦେଶରେ ୯୦ ପ୍ରତିଶତ ଜିଲ୍ଲାରେ ସଂକ୍ରମଣ କମ୍

81

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର କମିବାରେ ଲାଗିଛି । ଗୋଟିଏ ଦିନ ଥିଲା ଯେତେବେଳେ ପ୍ରତିଦିନ ଲକ୍ଷେ ସଂକ୍ରମଣ ଦେଶରୁ ଚିହ୍ନଟ ହେଉଥିଲେ । ହେଲେ ଏବେ ଏହି ଦୈନିକ ସଂଖ୍ୟା ୫୦ ହଜାରରେ ପହଞ୍ଚିଛି । ଏହା ଭିତରେ ଆଉ ଏକ ଖବର ଆସିଛି ଯେ, ଦେଶରେ ୯୦ ପ୍ରତିଶତ ଏଭଳି ଜିଲ୍ଲା ରହିଛି ଯେଉଁଠି କରୋନା ସଂକ୍ରମଣ କମିବାରେ ଲାଗିଛି ।

ଦେଶର ୬୫୦ ଜିଲ୍ଲାରୁ ୯୦ ପ୍ରତିଶତରେ ସଂକ୍ରମଣ କମୁଥିବା ବେଳେ ୭୦ଜିଲ୍ଲା ଏଭଳି ଅଛି ଯେଉଁଠି ସଂକ୍ରମଣ ବଢୁଛି । ୨୭ ଜିଲ୍ଲାରେ ଆକ୍ଟିଭ କେସ ୧୦୦ ରହୁଥିବା ବେଳେ ୧୮ ଜିଲ୍ଲାରେ ଏବେ ସିଙ୍ଗିଲ୍ ଡିଜିଟରେ ରହିଛି । ଯେଉଁ ୭୦ ଜିଲ୍ଲାରେ କରୋନା ସଂଖ୍ୟା ବଢୁଛି ତା ମଧ୍ୟରୁ ୨୩ ଜିଲ୍ଲା ପଶ୍ଚିମବଙ୍ଗର । ଏହା ଗତ ସପ୍ତାହେ ହେବ ବଢିବାରେ ଲାଗିଛି । ପଶ୍ଚିମବଙ୍ଗରେ ଏବେ ଆକ୍ଟିଭ କେସ୍ ୨୩ ହଜାର ପାଖାପାଖି ରହିଛି । ଯାହା ଦେଶରେ ଅଷ୍ଟମ ସ୍ଥାନରେ ରହିଛି । ସେହିପରି ମହାରାଷ୍ଟ୍ରର କିଛି ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି ।

Comments are closed.