ଅଗଷ୍ଟ ୧୫ ପରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବିକଳ୍ପ ପରୀକ୍ଷା !

78

ନୂଆଦିଲ୍ଲୀ : ସୋମବାର ସିବିଏସ୍ଇ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଯେଉଁଥିରେ କୁହାଯାଇଛି ଅଗଷ୍ଟ ୧୫ ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରେ । ଏହି ପରୀକ୍ଷା ବିକଳ୍ପ ଅଟେ, ଶିକ୍ଷାର୍ଥୀ ଚାହିଁଲେ ନିଜ ଇଚ୍ଛାରେ ଏଥିରେ ସାମିଲ୍ ହୋଇପାରିବେ । ତେବେ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ଘୋଷଣା କରିବ । ଯେଉଁଛାତ୍ର ଏଥିରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ଏହି ପରୀକ୍ଷାରେ ସାମିଲ୍ ହୋଇପାରିବେ । ଏହି ପରୀକ୍ଷାରେ ମିଳିବାକୁ ଥିବା ନମ୍ବର ଚୂଡ଼ାନ୍ତ ମାର୍କ ହେବ । ବୋର୍ଡ ଅନୁସାରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ୩୦:୩୦:୪୦ ମାନଦଣ୍ଡ ଅନୁଯାୟୀ ଆସିବ । କିନ୍ତୁ ଯେଉଁମାନେ ପରୀକ୍ଷୀ ଦେବେ ସେମାନଙ୍କ ଚୂଡ଼ାନ୍ତ ଫଳ ଲିଖିତ ପରୀକ୍ଷାର ମାର୍କ ଅନୁସାରେ ଆସିବ ।

ପରୀକ୍ଷାରେ ସାମିଲ୍ ହେବାକୁ ଚାହୁଁଥିବା ଛାତ୍ର ଅନ୍ଲାଇନ୍ ରେ ଆବେଦନ କରିବେ । ଖୁବ୍ ଶୀଘ୍ର ବୋର୍ଡ ପକ୍ଷରୁ ଅନ୍ଲାଇନ୍ ଆବେଦନ ନେଇ ସୂଚନା ଦିଆଯିବ । ଏଥିସହ ଏକ କମିଟି ପରୀକ୍ଷା ଫଳ ନେଇ ଛାତ୍ରଙ୍କ ଅଭିଯୋଗ ଶୁଣିବାକୁ ଏକ କମିଟି ହୋଇଥିବା ବୋର୍ଡ ପକ୍ଷରୁ ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଯାଇଛି । ପୂର୍ବରୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ନେଇ ମୂଲ୍ୟାଙ୍କନ ଫର୍ମୁଲା ଘୋଷଣା କରିଥିଲା । ତଦନୁସାରେ ୩୦ ପ୍ରତିଶତ ମାର୍କ ଦଶମ ଶ୍ରେଣୀ ଆଉ ୩୦ ପ୍ରତିଶତ ଏକାଦଶ ଶ୍ରେଣୀ ଓ ଆଉ ୪୦ ପ୍ରତିଶତ ପ୍ରି-ବୋର୍ଡ/ଇଣ୍ଟରନାଲ ଆସେସ୍ମେଣ୍ଟ ଅନୁଯାୟୀ ମିଳିବ । ବୋର୍ଡ ଏହି ଫର୍ମୁଲାରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଜୁଲାଇ ୩୧ ସୁଦ୍ଧା ଜାରି କରିବ । ଏଥିପାଇଁ ବୋର୍ଡ ଏକ ଆଇଟିସିଷ୍ଟମ ପ୍ରସ୍ତୁତ କରୁଛି । ଏଥିସହ ଏକ ହେଲ୍ପଡେସ୍କ କରାଯାଉଛି । ଯାହା ବିଦ୍ୟାଳୟଗୁଡ଼ିକୁ ରେଜଲ୍ଟ ପ୍ରସ୍ତୁତରେ ସହାୟତା କରିବ ।

Comments are closed.