ମାଡ଼ି ଆସୁଛି ବିପଦ : ଭାରତ ସହ ୯ ଦେଶରେ ଡେଲ୍ଟା ପ୍ଲସ୍

68

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି କରୋନାର ନୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଣ୍ଟ ଭାରିଆଣ୍ଟ ଭୂତାଣୁ ସଂକ୍ରମଣ । ୨୨ କେସରୁ ୧୬ କେସ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି । ମୁମ୍ବାଇ, ପାଲଘର,ରତ୍ନଗିରିରୁ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ୮୦ଟି ଦେଶରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାସହ ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟହୋଇଛନ୍ତି । ସେଗୁଡିକ ହେଲା ଆମେରିକା, ଇଂଲଣ୍ଡ, ପର୍ତ୍ତୁଗାଲ, ସ୍ୱିଜରଲାଣ୍ଡ, ଜାପାନ, ପୋଲାଣ୍ଡ, ଚାଇନା, ଋଷ ଓ ଭାରତ । ଦ୍ରୁତ ସଂକ୍ରମିତ ହେଉଥିବା ଡେଲଟା ପ୍ରଜାତିର ଭୂତାଣୁ ବି ୧.୬୧୭.୨ ରୂପ ବଦଳାଇ ଡେଲଟା ପ୍ଲସ ବା ଏଓୱାଇ-୧ ପ୍ରଜାତି ସୃଷ୍ଟି ହୋଇଛି ।

ଏହି ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣର ବେଗ, ଗୁଣ ଓ ଲକ୍ଷଣ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନଜର ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ଏହି ପ୍ରଜାତିର ଭୂତାଣୁ ୟୁରୋପରେ ଦେଖାଦେଇଥିଲା । ଦେଶରେ ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ୨୧ ଜଣଙ୍କଠାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ କେରଳରେ ୩ ଓ ମଧ୍ୟପ୍ରଦେଶରେ ୫ଜଣ ଚିହ୍ନଟ ଏହା ଯୋଗୁ ଆକ୍ରାନ୍ତ ହୋଇଛନ୍ତି ।

Comments are closed.