କରୋନା ମାନଚିତ୍ରରେ ସବୁଜ ହେଉଛି ଓଡ଼ିଶା

71

-ମାସକରେ ପଜିଟିଭିଟି ରେଟ୍ ୧୫% ହ୍ରାସ
-ଦିନକରେ ୨୯୫୭ ପଜିଟିଭ୍ ଓ ୩୮ ମୃତ
-ବିଶ୍ୱରେ କରୋନା ନେଲାଣି ୩୮.୭୧ଲକ୍ଷ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା କାୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଏବେ ୧୮ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ରହିଛି । ରାଜ୍ୟରେ ମାସେ ଭିତରେ ପଜିଟିଭିଟି ରେଟ୍ ପାଖାପାଖି ୧୫ ପ୍ରତିଶତ ହ୍ରାସ ପାଇଛି । କରୋନା ମାନଚିତ୍ରରେ ଧୀରେ ଧୀରେ ସବୁଜ ହେଉଛି ଓଡ଼ିଶା । ମେ ୨୨ରେ ପଜିଟିଭିଟି ହାର ୧୯.୩୩ ପ୍ରତିଶତ ଥିବାବେଳେ ମଙ୍ଗଳବାର ଏହା ୪.୮ ପ୍ରତିଶତ ରହିଛି । ପଜିଟିଭିଟି ୟେଲୋ ଜୋନ୍ରେ ଅଛି ୬ ଜିଲ୍ଲା । ଏହିସବୁ ଜିଲ୍ଲାରେ ୫ରୁ ୭.୫ ପ୍ରତିଶତ ରହିଛି ପଜିଟିଭିଟି ହାର । ରେଡ୍ ଜୋନ୍ରେ ରହିଥିବା ୬ ଜିଲ୍ଲା ହେଉଛି ଖୋର୍ଦ୍ଧା, ଯାଜପୁର,ବାଲେଶ୍ୱର, ଭଦ୍ରକ, ପୁରୀ ଓ ନୟାଗଡ଼ । ଏବେ ଆକ୍ଟିଭ୍ କେସ୍ରେ ୨୦ ଜିଲ୍ଲା ଗ୍ରୀନ୍ଜୋନ୍ରେ ଅଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮୩୪୯୦ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୯୮ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୨୫୯ ଜଣ ଲୋକାଲ୍ କେସ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୪୭ଜଣ, ବରଗଡ଼ ଜିଲ୍ଲାରୁ ୪୧ଜଣ, ଭଦ୍ରକ ଜିଲ୍ଲାରୁ ୧୯୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୭ଜଣ, ବୌଦ୍ଧ ଜିଲ୍ଲାରୁ ୪୭ଜଣ, କଟକ ଜିଲ୍ଲାରୁ ୨୭୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨ଜଣ, ଗଜପତି ଜିଲ୍ଲାରୁ ୨୪ଜଣ, ଗଞ୍ଜାମ ଜିଲ୍ଲାରୁ ୧୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୩ଜଣ, ଯାଜପୁର ଜିଲ୍ଲାରୁ ୨୬୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ, କଳାହାଣ୍ଡି ଜିଲ୍ଲାରୁ ୩୮ଜଣ, କନ୍ଧମାଳ ଜିଲ୍ଲାରୁ ୫୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୬ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୦୮ଜଣ,କୋରାପୁଟ ଜିଲ୍ଲାରୁ ୬୦ଜଣ, ମାଲକାନଗିରି ଜିଲ୍ଲାରୁ ୫୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୫ଜଣ,ନୟାଗଡ଼ ଜିଲ୍ଲାରୁ ୧୧୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୦ଜଣ, ପୁରୀ ଜିଲ୍ଲାରୁ ୨୧୯ଜଣ, ରାୟଗଡ଼ା ଜିଲ୍ଲାରୁ ୬୩ଜଣ, ସମ୍ବଲପୁର ଜିଲ୍ଲାରୁ ୨୮ଜଣ, ସୋନପୁର ଜିଲ୍ଲାରୁ ୨୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୮ଜଣ, ଷ୍ଟେଟ ପୁଲରୁ ୭୦ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୩୪୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୯୬୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୪୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୩୨୧୭୮୦୭ ସାମ୍ପଲ ଟେଷ୍ଟ୍ ହୋଇଛି । ସେହିପରି ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ ରହିଥିବା ବେଳେ ବରଗଡ଼, କଟକ ଜିଲ୍ଲାରୁ ୫ଜଣ ରହିଛନ୍ତି । ପୁରୀ, ମୟୁରଭଞ୍ଜ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ସମ୍ବଲପୁରରୁ ୩ଜଣ ରହିଛନ୍ତି ।

ସେହିପରି ଜଗତସିଂହପୁର, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼, କୋରାପୁଟ, କେନ୍ଦୁଝର, ଗଞ୍ଜାମ, ଢେଙ୍କାନାଳ, ଦେଓଗଡ଼, ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୩୪୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୯୬୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୪୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୭୧ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୩୨୧୭୮୦୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ସେହିପରି ସାରା ବିଶ୍ୱରେ କରୋନା ଭାଇରସ୍ର ପ୍ରଭାବ ଜାରି ରହିବା ସହିତ ମୃତ୍ୟୁର ହାହାକାର ଏବେ ବି କମିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହାମାରୀ ୧୭ କୋଟି ୮୭ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୩୮ ଲକ୍ଷ ୭୧ ହଜାର ଲୋକଙ୍କ ଜୀବନ ନେଇ ସାରିଲାଣି ।

ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟିର ବିଜ୍ଞାନ ଏବଂ ଇଞ୍ଜିନିୟରିଂ କେନ୍ଦ୍ର (ସିଏସ୍ଏସ୍ଇ) ପକ୍ଷରୁ କରୋନା ସମ୍ବନ୍ଧିତ ରୋଚକ ତଥ୍ୟ ଜାରି କରାଯାଇଛି । ଏହି ତଥ୍ୟ ଅନୁସାରେ ବିଶ୍ୱର ୧୯୨ଟି ଦେଶ ଏବଂ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୧୭ କୋଟି ୮୭ ଲକ୍ଷ ୩୦ ହଜାର ୫୫୧ ରେ ପହଞ୍ଚିଛି । ଏଥି ସହିତ ୩୮ ଲକ୍ଷ ୭୧ ହଜାର ୪୦୯ ଲୋକ ଏହି ମହାମାରୀରେ ପ୍ରଣ ହରାଇଛନ୍ତି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଭାଇରସ୍ର ଗତି ଏବେ ଧିମା ପଡ଼ିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ସମୁଦାୟ ୩ କୋଟି ୩୫ ଲକ୍ଷ ୫୪ ହଜାର ୨୪୬ ରହିଥିବା ବେଳେ ୬ ଲକ୍ଷ ୨ ହଜାର ୦୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ବିଶ୍ୱରେ ଭାରତ ସଂକ୍ରମିକ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ମୃତ୍ୟୁ ମାମଲାରେ ତୃତୀୟ ସ୍ଥାନରେ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୬୪୦ ନୂଆ ମାମଲା ସାମ୍ନାକୁ ଆସିବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୨ କୋଟି ୮୯ ଲକ୍ଷ ୨୬ ହଜାର ୦୩୮ରେ ପହଞ୍ଚିଛି । ସକ୍ରିୟ ମାମଲା ୪୦ ହଜାର ୩୬୬ କମି ଲକ୍ଷ ୬୨ହଜାର ୫୨୧କୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨କୁ ବୃଦ୍ଧି ପାଇଛି ।

Comments are closed.