ତୃତୀୟ ଲହର: ସତର୍କ କରାଇଲା କାନପୁର ଆଇଆଇଟି

65

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଭୟ ଏଯାଏଁ ଟଳି ନାହିଁ । ତୃତୀୟ ଲହରକୁ ନେଇ ଆକଳନ କରାଗଲାଣି । ତୃତୀୟ ଲହର ସଂପର୍କରେ ତଥ୍ୟ ଦେବା ସହ ଟ୍ୱିଟ୍ କରି ସତର୍କ କରାଇ ଦେଇଛି ଆଇଆଇଟି କାନପୁର । ଦେଶରେ ସେପ୍ଟେମ୍ବର-ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିପାରେ । ଆଇଆଇଟି କାନପୁର ଏକ ରିପୋର୍ଟ ପ୍ରକାଶ କରି କହିଛି, ସେପ୍ଟେମ୍ବରରୁ ଅକ୍ଟୋବରରେ ତୃତୀୟ ଲହର ଆସିବ । ଏଥିପାଇଁ ୩ଟି ଆକଳନ କରାଯାଇଛି । ଅକ୍ଟୋବରରେ ଶିଖର ଛୁଇଁପାରେ ତୃତୀୟ ଲହରର ସଂକ୍ରମଣ । କିନ୍ତୁ ଏହା ଦ୍ୱିତୀୟ ଲହର ଅପେକ୍ଷା କିଛି ମାତ୍ରାରେ କମ୍ ରହିପାରେ । ଦ୍ୱିତୀୟ ଆକଳନ ଅନୁସାରେ ତୃତୀୟ ଲହର ପିକ୍ ଯଦି ସେପ୍ଟେମ୍ବରରେ ଆସେ, ତେବେ ସଂକ୍ରମଣ ହାର ଅଧିକ ରହିବ । ଆଇଆଇଟି କାନପୁରର ତୃତୀୟ ଆକଳନ କହୁଛି, ତୃତୀୟ ଲହର ସଂକ୍ରମଣ ପିକ୍ ଅକ୍ଟୋବର ଶେଷରେ ଆସିବ ।

Comments are closed.