ଓଡ଼ିଶାରେ ଲିଙ୍ଗ ତାରତମ୍ୟ ଆଉ ନାହିଁ

75

ଭୁବନେଶ୍ୱର : ଓଡ଼ିଶାରେ ଲିଙ୍ଗ ତାରତମ୍ୟ ହ୍ରାସ ପାଇଛି । ଏହା ବର୍ତ୍ତମାନ ପ୍ରାକୃତିକ ଅନୁପାତ ସହ ସମାନ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ନାଚୁରାଲ ସେକ୍ସ ରେସିଓ ଆଟ୍ ବର୍ଥ ବା ଏସ୍ଆର୍ବ । ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାରେ ଲଗାତାର ବୃଦ୍ଧି ପାଇଛି । ଭାରତର ଜନଗଣନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ୨୦୧୮ ମସିହା ଆରମ୍ଭରେ ପୁରୁଷ ଓ ସ୍ତ୍ରୀଙ୍କ ହାର ୧୦୦୦:୯୨୮ ଥିବା ବେଳେ ୨୦୧୯ ଶେଷରେ ଏହା ୯୫୨ରେ ପହଞ୍ଚିଛି ଯାହାକି ଜାତୀୟ ହାର ସହିତ ସମାନ ।

ଯେଉଁ ରାଜ୍ୟରେ ପୁରୁଷ -ସ୍ତ୍ରୀ ହାର ଜାତୀୟସ୍ତର ଠାରୁ ଅଧିକ ରହିଛି ସେଗୁଡ଼ିକ ହେଲା ମୁଖ୍ୟତଃ ଉତ୍ତରପୂର୍ବ ରାଜ୍ୟ ଓ କେରଳ । ତିନୋଟି ରାଜ୍ୟରେ ଏହି ସ୍ଥିତି ଖରାପ ଓ ସେହି ରାଜ୍ୟ ଗୁଡ଼ିକ ହେଲା ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ଆସାମ । ତେବେ ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ଏନେଇ କୌଣସି ତଥ୍ୟ ମିଳୁନାହିଁ ।

Comments are closed.