ଟିକା ନନେଲେ ସଟର ବନ୍ଦ

0 76

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ଏବେ ମାସ୍ ଟିକାକରଣ ଚାଲିଛି । ଏବେ ଦୈନିକ ୫୦ ହଜାର ଲୋକଙ୍କୁ ଟିକାକରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । କୋଭିଡର ତୃତୀୟ ଲହରରୁ ବଞ୍ଚିବା ପାଇଁ ଟିକାକରଣ ଜରୁରୀ ଅଟେ । ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଦୋକାନୀମାନେ ଟିକା ନେବାପରେ ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର ଦୋକାନ ସମ୍ମୁଖରେ ଲଗାଇବା ବାଧ୍ୟ ଅଟେ । ଯେଉଁ ଦୋକାନୀ ଏହି ପ୍ରମାଣ ପତ୍ର ଲଗାଇବେ ନାହିଁ ଉକ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

କୋଭିଡ୍ ସଖୀ ଓ ସ୍ୱାସ୍ଥ୍ୟସାଥୀ ଆସନ୍ତା ୧ ତାରିଖରୁ ଏହି ଯାଞ୍ଚ କଡାକଡି କରିବେ । ଏଥିସହ ଦୋକାନରେ ଗହଳି କିମ୍ବା ପଞ୍ଚସୂତୀ ନିୟମ ମାନୁଛି କି ନାହିଁ ତାର ମଧ୍ୟ ଯାଞ୍ଚ ହେବ । ଜିଲ୍ଲା ପ୍ରଶାସନର ଏହିଭଳି ପଦକ୍ଷେପକୁ ବିଭନ୍ନ ଦୋକାନୀମାନେ ମଧ୍ୟ ସ୍ୱାଗତ କରିଛନ୍ତି । ସହରରେ ଏବେ ଦୋକାନୀମାନେ ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର ଲଗାଉଛି । କିଛି ଦୋକାନୀମାନେ ମଧ୍ୟ ଟିକା ନେଇନଥିବା ଜଣାପଡିଛି । ସେମାନଙ୍କୁ ବିଭିନ୍ନ ବ୍ୟବସାୟ ସଂଘ ପକ୍ଷରୁ ଟିକା ନେଇ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ଲଗାଇବାକୁ କୁହାଯାଇଥିବା ଛତ୍ରପୁର ଗ୍ରୋସେରୀ ସଂଘ ସଭାପତି ସୟଦ ମୁକ୍ତାର କହିଛନ୍ତି । ଗଞ୍ଜାମ ଜିଲ୍ଲା ଏବେ ଗ୍ରୀନ୍ ଜୋନରେ ରହିଛି ।

Leave A Reply

Your email address will not be published.