ଯୁକ୍ତ ଦୁଇ ଆଡମିଟ୍ କାର୍ଡ ପାଇଁ ଏସ୍ଓପ

83

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ୍ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ ସାମ୍ସ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ । ଯଦି କରିନପାରିବେ ନିଜ ନିଜ କଲେଜରୁ ସଂଗ୍ରହ କରିବେ । ଏହି ସମୟରେ ଏସ୍ଓପି ମାନିବାକୁ ପଡ଼ିବ ।

ତେବେ ଯଥାସମ୍ଭବ ସାମ୍ସ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ଼୍ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାକ୍ଟିକାଲ ରେକର୍ଡ ବା ପ୍ରୋଜେକ୍ଟ ରେକର୍ଡ ଦାଖଲ ବେଳେ ମଧ୍ୟ ଏସ୍ଓପି ମାନି କଲେଜ ଯିବେ ଛାତ୍ରଛାତ୍ରୀ । ନିଜେ ନ ଯାଇ ପାରିଲେ ନିଜର ଆଇକାର୍ଡ ସହ ଅନ୍ୟ ଦ୍ୱାରା ପଠାଇ ପାରିବେ । ଆଡମିଟ୍ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ରେକର୍ଡ ଦାଖଲ ବେଳେ କୋଭିଡ ନିୟମ ମାନିବା ଜରୁରି ବୋଲି ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ।

Comments are closed.