କମିବ ସିଲାବସ୍

81

ଭୁବନେଶ୍ୱର : ପିଲାଙ୍କ ପାଠପଢ଼ା ପାଇଁ କରୋନା ସାଜିଲା କଣ୍ଟା । ଚଳିତବର୍ଷ ବି ସ୍କୁଲ ଖୋଲିବା ସମ୍ଭାବନା କମ୍ । ତେଣୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ କମିବ ସିଲାବସ୍ । ଚଳିତ ଶିକ୍ଷାବର୍ଷରେ ନବମ ଓ ଦଶମ ଶ୍ରେଣୀରେ ପୁଣି ହ୍ରାସ ପାଇବ ପାଠ୍ୟକ୍ରମ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସୂଚନା ଅନୁଯାୟୀ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ଶତକଡା ୩୦ ପ୍ରତିଶତ ହ୍ରାସ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଗତବର୍ଷ ହ୍ରାସ ପାଇଥିଲା ପାଠ୍ୟକ୍ରମ, ଚଳିତ ବର୍ଷ ମଧ୍ୟ କମିବ ସିଲାବସ୍ । କୋଭିଡ ସ୍ଥିତି ଓ ଅନ୍ଲାଇନ୍ ପାଠପଢାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, କରୋନା ପାଇଁ ଏବେ ରାଜ୍ୟରେ ୟୁ ଟ୍ୟୁବ୍ କ୍ଲାସ୍ ଚାଲିଛି । ସେହିପରି
ଅନ୍ଲାଇନ୍ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି ।

Comments are closed.