ୟୁଟ୍ୟୁବ୍ ପାଠପଢ଼ା ପାଇଁ ପାହାଡ଼ ଚଢ଼ୁଛନ୍ତି ପିଲା

87

ଅନୁଗୁଳ : ୟୁ ଟ୍ୟୁବ୍ ପାଠ ପାଇଁ ଦୁର୍ଗମ ଅଞ୍ଚଳରେ ପାହାଡ ଉପରେ ଚାଲିଛି ସ୍କୁଲ । ନିକଟ ଅଞ୍ଚଳରେ ମୋବାଇଲ ନେଟ ଔାର୍କ ନଥିବାରୁ ଦୁର୍ଗମ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ପାହାଡ ଉପରେ ନେଟ୍ୱାର୍କ ସ୍ଥାନ ଖୋଜି ବାହାର କରିଛନ୍ତି । ଆଉ ସେଇଥିପାଇଁ ପ୍ରତିଦିନ ନିର୍ଦ୍ଧାରୀତ ସମୟରେ ସମସ୍ତେ ଏକାଠି ମିଳି ମିଶି ନିକଟସ୍ଥ ପାହାଡ ଉପରକୁ ଚଢୁଛନ୍ତି । ସେହିଠାରେ ବସି ଏକାଠି ପାଠ ପଡୁଛନ୍ତି । ଏମିତି ଘଟଣା ଅନୁଗୁଳ ବ୍ଲକର ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡା ପଞ୍ଚାୟତର ଗଇଁଦି ଗ୍ରାମରେ ଦେଖିବାକୁ ମିଳିଛି ।

ପ୍ରକାଶ ଯୋଗ୍ୟ କି ଅନୁଗୁଳ ଜିଲ୍ଲାର ଅନୁଗୁଳ, ଆଠମଲ୍ଲିକ ଓ ପାଳଲହଡା ପରି କେତେକ ବ୍ଲକର ଦୁର୍ଗମ ଅଞ୍ଚଳରେ ମୋବାଇଲ ସେବା ପହଞ୍ଚି ପାରି ନାହିଁ । କରୋନା ମହାମାରୀ ନିମନ୍ତେ ସ୍କୁଲ ଗୁଡିକ ବର୍ଷେ ହେଲା ବନ୍ଦ ରହିଛି । ଏଣୁ ପାଠପଢାକୁ ଚାଲୁ କରିବାକୁ ସରକାର ୟୁ ଟ୍ୟୁବ ମାଧ୍ୟମରେ ଗତ କିଛି ଦିନ ହେବ ପାଠ ପଢା ଆରମ୍ଭ କରିଛନ୍ତି । କିନ୍ତୁ ସବୁ ଅଞ୍ଚଳରେ ମୋବାଇଲ ନେଟ ନଥିବାରୁ ତଥା ସବୁ ପିଲା ମାନଙ୍କ ପାଖରେ ମୋବାଇଲ ଅଣ୍ଡ୍ରୋଏଡ ସେଟ ନଥିବାରୁ ଜିଲ୍ଲାର ପ୍ରାୟ ଶତକଡା ୪୦ ପ୍ରତିଶତ ପିଲା ୟୁ ଟ୍ୟୁବ ସହ ଯୋଡି ହୋଇଥିବା ବିଶେଷ ସୁତ୍ରରୁ ପ୍ରକାଶ ।

ଏପରି ସ୍ଥଳେ ସାତକୋଶିଆର ଦୁର୍ଗମ ଅଞ୍ଚଳରେ ଥିବା ତିନିଟି ପଞ୍ଚାୟତ ଯଥା-ଟିକରପଡା, ଜଗନ୍ନାଥପୁର ଏବଂ ପୁରୁଣାକୋଟରେ ନେଟୱାର୍କ ସୁବିଧା ଉପଲବ୍ଧ ହୋଇ ପାରି ନାହିଁ । କିନ୍ତୁ ଟିକରପଡା ପଞ୍ଚାୟତର ଗଇଁଦି ପାହାଡ ଉପରେ ମୋବାଇଲ ନେଟ୍ୱାର୍କକୁ ଖୋଜି ପାଇବା ପରେ ସେସବୁ ଅଞ୍ଚଳରେ ଛାତ୍ର ଛାତ୍ରୀ ମାନେ ନିଜ ଗାଁ ନିକଟରେ ଥିବା ପାହାଡର ପ୍ରାୟ ଏକ, କିମି ଶିଖରକୁ ୟୁ ଟ୍ୟୁବ ରେ ପଢିବା ପାଇଁ ଚଢୁଛନ୍ତି । ବୁଧବାର ବର୍ଷା ସତ୍ୱେ ସଂଗ୍ରାମ ସାହୁ (୭ମ ଶ୍ରେଣୀ), ଶ୍ରୀ ସ୍ୱାଭିମାନ ପ୍ରଧାନ(୬ଷ୍ଠ) କରଡାପଡା ସ୍କୁଲ, ଶ୍ରୀତମ ସାହୁ (୯ମ ଶ୍ରେଣୀ) ଟିକରପଡା ସ୍କୁଲ, ରାହୁଲ ସାହୁ(୭ମ ଶ୍ରେଣୀ) ଅନୁଗୁଳ ଅଦର୍ଶ ସ୍କୁଲ, ଏବଂ ମହେସ ସେଠ(୧୦ମ ଶ୍ରେଣୀ) ଟିକରପଡା ସ୍କୁଲର ଛାତ୍ର ମାନେ ଗଇଁଦୀ ପାହାଡ ଉପରେ ବସି ୟୁ ଟ୍ୟୁବ ରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ଛାତ୍ର ମାନଙ୍କ ପାଠ ପ୍ରତି ଥିବା ଆଗ୍ରହ ବିପଦ ସଂକୁଳ ଘଞ୍ଚ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ବିଶେଷ କରି ହାତୀ ଭୟକୁ ମଧ୍ୟ ଏଡାଇ ଦେଇଛନ୍ତି ।

Comments are closed.