୩୦ରୁ ରାଜ୍ୟରେ ନ୍ୟୁମୋକୋକଲ କଞ୍ଜୁଗେଟ୍ ଟିକା

73

ଭୁବନେଶ୍ୱର : ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ୩୦ ତାରିଖରୁ ସମଗ୍ର ରାଜ୍ୟରେ ନ୍ୟୁମୋକୋକଲ କଞ୍ଜୁଗେଟ ଭାକ୍ସିନ ବା ପିଭିସି ଦିଆଯିବ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ଦିନ ଭର୍ଚୁଆଲ୍ ମୋଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କୁମାର ଦାସ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଟିକା ମୁଖ୍ୟତଃ ଶିଶୁମାନଙ୍କୁ ଦିଆଯାଇଥାଏ । ନିମୋନିଆଠାରୁ ଆରମ୍ଭ କରି ମେନିନଜାଇଟିସ୍ ଓ ସେପ୍ଟିସେମିଆ ପର୍ଯ୍ୟନ୍ତ ସମସ୍ତ ପ୍ରକାର ରୋଗର ପ୍ରତିରୋଧକ ଭାବେ ଏହା କାମ କରିବ । ଏହିଭଳି ଟିକା ଦେଶରେ ପ୍ରଥମଥର ପାଇଁ ଦିଆଯାଉଛି ।

ଉଲ୍ଲେଖ କରାଯାଇପାରେ ଯେ, କେନ୍ଦ୍ର ସରକାର ଏହି ଟିକାରୁ ୨୪୦ଲକ୍ଷ ଡୋଜ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ନିଷ୍ପତ୍ତି ଅନୁଯାୟୀ ସବୁ ରାଜ୍ୟକୁ ଏହି ଟିକା ଯୋଗାଇ ଦିଆଯାଇଛି । ଓଡ଼ିଶାରେ ବାର୍ଷିକ ୮ ଲକ୍ଷ ଶିଶୁଙ୍କୁ ଏହି ଟିକା ଦିଆଯିବ । ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ସିଡ଼ିଏମ୍ଓ ତଥା ନଗର ନିଗମ କମିଶନରମାନଙ୍କୁ ପତ୍ର ଲେଖି ଏହି ଟିକାକରଣ ପାଇଁ ଏକ ଏସ୍ଓପି ଜାରି କରିଛନ୍ତି ।

Comments are closed.