ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ସାମାନ୍ୟ ଅସୁସ୍ଥ

54

ମାହାଙ୍ଗା : ଓଡ଼ିଶା ରାଜ୍ୟର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କଂଗେସ ଦଳର ଟାଣୁଆ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସଙ୍କ ଶରୀର ଗତ କାଲି ରାତ୍ରୀ ସମୟରେ ସାମାନ୍ୟ ଅସୁସ୍ଥ ହୋଇ ଥିବାର ଜଣା ପଡିଛି । କୋରନା ମହାମାରୀ ସମୟରେ ସାରା ରାଜ୍ୟ ହାଆକାର ହେଉଥିବା ସମୟରେ ପଜୀଟିବ୍ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ହେଉଥିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟଡାଉନ୍ ଭଳି ବ୍ୟବସ୍ଥା ଆପଣେଇ ନେଇଛନ୍ତି । ସେହିଭଳି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମାହାଙ୍ଗା ଓ ନିଣ୍ଟିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ମଧ୍ୟ କୋରୋନା ରୋଗୀ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବାର ଦେଖିବାକୁ ମିଳୁଛି ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ଗତ କାଲି ରାତ୍ରୀ ସମୟରେ ଶ୍ରୀଯୁକ୍ତ ଦାସଙ୍କ ଦେହ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିଲା । ଯାହାକୁ ନେଇ ସେ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ । ଶ୍ରୀଯୁକ୍ତ ଦାସ ସରକାରଙ୍କ ସମସ୍ତ ନିୟମକୁ ଆଖି ଆଗରେ ରଖି ମାହାଙ୍ଗା ଅଞ୍ଚଳରେ ଦୀର୍ଘ ଦିନ ହେବ ସବୁ ପ୍ରକାରର ସଭା ସମିତିରୁ ନିଜକୁ ଦୂରେଇ ରଖି ଆସିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସବୁ ପ୍ରକାରର ସରକାରୀ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରି ଆସୁଥିବା ବେଳେ କାହା ସହିତ ଚଳ ପ୍ରଚଳ ନ ହୋଇ ମଧ୍ୟ ତାଙ୍କ ଦେହ ସାମାନ୍ୟ ଅସୁସ୍ଥ ହେବାରୁ ଆଜି ତାଙ୍କ ସହଯୋଗୀ ମାନେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ତାଙ୍କୁ ଡାକ୍ତର ପରାର୍ମଶ କରାଇଥିଲେ । ଡାକ୍ତର ତାଙ୍କ କୋରନା ସ୍ୱାବ ନମୁନା ପରୀକ୍ଷା କରିଥିଲେ । କିନ୍ତୁ ସ୍ଵାବ ରିପୋର୍ଟ ରେ ଶ୍ରିଯୁକ୍ତ ଦାସଙ୍କ ନେଗେଟିଭ ରିପୋର୍ଟ୍ ଆସିଥିଲା । ସାମାନ୍ୟ ଥଣ୍ଡା ଜନିତ ପାଇଁ ତାଙ୍କ ଦେହର ଅବସ୍ଥା ଏହି ଭଳି ହେଇ ଥିବାର ଡାକ୍ତର ସୂଚନା ଦେଇଛନ୍ତି ।

ସବୁ ଠାରୁ ବଡ ଚର୍ଚ୍ଚାର ବିଷୟ ହେଉଛି କି ବଡ ବଡ ନେତା ମନ୍ତ୍ରୀ ମାନେ ସାମାନ୍ୟ ଅସୁସ୍ଥରେ ପଡ଼ିଲେ ବହୁ ବଡ ବଡ ମଲ୍ଟି ହସ୍ପିଟାଲରେ ନିଜ ନିଜର ଚିକିତ୍ସା କରି ଥାଆନ୍ତି । କିନ୍ତୁ ଆଜି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏକ ଅନୁରୁପ ଚିତ୍ର । କାରଣ ନିଜେ ଶ୍ରୀଯୁକ୍ତ ପ୍ରଦୀପ୍ତ ଦାସ ତାଙ୍କ ସହଯୋଗୀ ମାନଙ୍କ ସହିତ ଆସିଥିଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ସ୍ଵାସ୍ଥ୍ୟ କେନ୍ଦ୍ରର ସାଧାରଣ ଲୋକଙ୍କ ପାଇଁ ଜାରି ହୋଇଥିବା ନିୟମ ଅନୁସାରେ ଟୁକନ କାଟି ଧାଡ଼ିରେ ରହି ନିଜର କୋରନା ସ୍ଵବ ପରୀକ୍ଷା କରାଇ ଥିଲେ । ଯାହାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଛି । କଂଗ୍ରେସ୍ ନେତା ପ୍ରଦୀପ୍ତ ଦାସ କଂଗ୍ରେସ କମିଟି ଦଳର ଏକ ଦୃଢ ନେତୃତ୍ଵ ବ୍ୟକ୍ତି, ସ୍ପଷ୍ଟ ବାଦୀ, ପରଉପକାରୀ, ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥୀ ହୋଇ ଥିବାରୁ ସାଧାରଣରେ ଓ ବୁଦ୍ଧିଯିବି ମହଲରେ ତାଙ୍କ ଶରୀର ସୁସ୍ଥ ଏବଂ ଆରୋଗ୍ୟ କାମନା କରିଛନ୍ତି ।

Comments are closed.