ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ : ସତର୍କ ନରହିଲେ ସ୍ଥିତି ଜଟିଳ ହେବ

78

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମଣ ମଧ୍ୟରେ ଏବେ ଚିନ୍ତାର କାରଣ ପାଲଟିଛି ଡେଲଟା ଭାରିଆଣ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ମୁତାବକ, ଯଦି ଏଭଳି ପରିସ୍ଥିତି ଜାରି ରୁହେ ତେବେ କୋଭି-୧୯ର ଅଧିକ ସଂକ୍ରାମକ ଡେଲ୍ଟା ଭାଇରସ ଆହୁରି ଭୟଙ୍କର ହେବ । ବର୍ତ୍ତମାନ ସୁଦ୍ଧା ୮୫ଟି ଦେଶରେ ପହଞ୍ଚିସାରିଲାଣି କୋଭିଡର ଡେଲଟା ଭ୍ୟାରିଆଣ୍ଟ । ଏହା ମଧ୍ୟରେ ଡବ୍ଲ୍ୟୁଏଚ୍ଓର ଚେତାବନୀ ଚିନ୍ତା ବଢାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୭୦ ଦେଶରେ କୋଭିଡର ଆଲଫା ଭାରିଆଣ୍ଟ, ୧୧୯ଟି ଦେଶରେ ବିଟା ଭାରିଆଣ୍ଟ, ୭୧ ଦେଶରେ ଗାମା ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଡେଲଟା ସ୍ୱରୂପ ବର୍ତ୍ତମାନ ସୁଦ୍ଧା ୮୫ଟି ଦେଶରେ ପହଞ୍ଚିସାରିଲାଣି । ବର୍ତ୍ତମାନ ସୁଦ୍ଧା କୋଭିଡର ୪ଟି(ଆଲଫା, ବିଟା, ଗାମା,ଡେଲଟା) ମାରାତ୍ମକ ମ୍ୟୁଟାଣ୍ଟ ଚିହ୍ନଟ ହୋଇସାରିଲାଣି । ଏହିସବୁ ମ୍ୟୁଟାଣ୍ଟ ଚିହ୍ନଟ ହେଉଥିବା ଅଞ୍ଚଳରେ ବିଶେଷ ଭାବେ ନଜର ରଖାଯାଇଛି । ଡେଲଟା ସ୍ୱରୂପ ଆଲଫାଠାରୁ ଅଧିକ ସଂକ୍ରାମକ ଏବଂ ପ୍ରଭାବି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ କୁହାଯାଇଛି ଯେ, ଡେଲ୍ଟା ଭାଇରସ୍ ଦ୍ୱାରା ପ୍ରଭାବିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡିଥାଏ । କିଛି ରୋଗୀଙ୍କୁ ଆଇସିୟୁର ମଧ୍ୟ ଆବଶ୍ୟକତା ପଡିଥାଏ । ଭାରତରେ କରୋନା ସଂକ୍ରମଣ ଧୀରେ ଧୀରେ କମ ହେବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅନ୍ଲକ୍ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହା ମଧ୍ୟରେ ଡେଲଟା ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ଚିନ୍ତା ବଢାଇ ଦେଇଛି ।

Comments are closed.