ଅନଲାଇନ୍ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ

82

ଭୁବନେଶ୍ୱର : ଇଂଟରନେଟ୍ ବ୍ୟବହାର ସମୟରେ ପିଲାମାନଙ୍କୁ ସାଇବର ଅପରାଧିଙ୍କ ଠାରୁ ଦୂରେଇ ରଖିବାରେ ଅଭିଭାବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ ଅଭିଭାବକ ନୁହନ୍ତି, ଶିଶୁ ଓ ମହିଳାମାନଙ୍କୁ ଏଭଳି ଅପରାଧରୁ ଶିକାର ହେବାରୁ ଦୂରେଇ ରଖିବାକୁ ବ୍ୟାପକ ଜନସେଚତନା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଂଟର (ପିକକ) ଓ ଫୋରାଲଡ୍ରାଲୋସା ବାର୍ଣ୍ଣ ର ମିଳିତ ସହଯୋଗରେ ଅନଲାଇନ୍ ସୁରକ୍ଷା ଉପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଏଭଳି ମତପ୍ରକାଶ ପାଇଛି ।

କର୍ମଶାଳର ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଲୋକଙ୍କ ସାଇବର ଅପରାଧର ଭୟାବହତା ଓ ଏହାର ନିରାକରଣ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଲେ ଯେ କୋଭିଡ ମହାମାରୀ ସମୟରେ ସାଇବର କ୍ରାଇମ ବଢିଥିବାବେଳେ ଅନଲାଇନ୍ ନିରାପତା ମଧ୍ୟ ବିପନ୍ନ ହୋଇଛି । କୋଭିଡ କଟକଣା ଯୋଗୁଁ ସମସ୍ତେ ଘରେ ରହିବାରୁ ଗାଁ ଠୁ ସହର ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଇଂଟରନେଟ୍ ବ୍ୟବହାରର ଭଲମନ୍ଦ ବିଷୟରେ ଆମେ ଜାଣିପାରୁନଥିବାରୁ ଅନଲାଇନ ଜରିଆରେ ମିଛ ବାହାଘର ଓ ଶିଶୁ ଚାଲାଣ ଭଳି ଘଟଣା ବି ବହୁ ପରିମାଣରେ ହେଉଛି । ଆମେ ଯଦି ହୁସିଆର ନରହି ଏହାକୁ ବ୍ୟବହାର କଲେ ଅସୁବିଧାରେ ପଢିବା ।

କର୍ମଶାଳାରେ ଆଡପସନ ସେଂଟ୍ରମର ଜାତୀୟ ନିର୍ଦ୍ଦେଶିକା ରୁବି ରାଉତ କହିଲେ ଯେ ଆମେ ପିଲାଙ୍କ ପାଇଁ ସମୟ ଦେଇପାରୁନୁ । କେଉଁ ସାଇଟ୍ କୁ ଯିବା ଓ କେଉଁଠିକୁ ଯିବାନି ସେ ସଂକ୍ରାନ୍ତରେ ପିଲାମାନେ ଭଲଭାବେ ଜାଣିବା ଦରକାର । ଯୁବଗୋଷ୍ଠିଙ୍କ ପାଇଁ ଆମକୁ ସମୟ ଦେବା ସହିତ ବଢୁଥିବା ସାଇବର କ୍ରାଇମ କାହିଁକି ବଢୁଛି ସେ ସଂକ୍ରାନ୍ତରେ ଜାଣିବା ଦରକାର । ପିକକର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା କହିଥିଲେ ଯେ ସାଧାରଣ ଲୋକଙ୍କୁ ଇଂଟରନେଟ୍ ସୁରକ୍ଷା ବିଷୟରେ ବୁଝାଇବାକୁ ପଡିବ । ଏହି ଆଲୋଚନା ଚକ୍ରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ଆଶା, ଅଙ୍ଗନବାଡି, ପଂଚାୟତ ପ୍ରତିନିଧି, ଏସଏଚଜି ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଯୋଗଦେବା ସହିତ ପ୍ରଶ୍ନ ପଚାରୀ ସେମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ ଦୂର କରିଥିଲେ ।

Comments are closed.