ଓଡ଼ିଶା ହେବ କ୍ରୀଡ଼ାର ଶକ୍ତିକ୍ଷେତ୍ର : ୩୯ କ୍ରୀଡ଼ାବିତ୍ଙ୍କୁ ପୋଲିସରେ ନିଯୁକ୍ତି

80

ଭୁବନେଶ୍ୱର : ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳି । ଏହି କ୍ରୀଡ଼ାବିତ୍ଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ଜଣ ମହିଳା କ୍ରୀଡ଼ାବିତ ହୋଇଥିବା ବେଳେ ୯ଜଣ ପୁରୁଷ ଖେଳାଳି ରହିଛନ୍ତି । ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବିତଙ୍କୁ ସାମିଲ କରିଥିବା ଜଣାପଡିଥିଲା । ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଖେଳାଳିଙ୍କୁ ମିଳିଥିଲା ପୋଲିସ ଚାକିରି । ଆଜି ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ପୋଲିସ କର୍ମଚାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ନିଯୁକ୍ତି ଦେଇଛନ୍ତି ।ରାଜ୍ୟ ସରକାରର ଖେଳ ଭିତ୍ତଭୂମିରେ ଓ ଖେଳାଳିଙ୍କ ବିକାଶ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଖୁବ୍ଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ୍ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ କ୍ରୀଡାବିତଙ୍କୁ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରୀଡ଼ାବିତଙ୍କୁ ସବୁ ସ୍ତରରେ ଯଥାସମ୍ଭବ ସହଯୋଗ ଜାରି ରହିବ । କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ହଜାରେ କୋଟି ସରକାର ଖର୍ଚ୍ଚ କରୁଛନ୍ତି । ଏହାସହ ଯୁବବର୍ଗଙ୍କୁ ଖେଳକୁଦରେ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ୨୦୧୮ ବିଶ୍ୱକପ ହକି, ୨୦୧୭ରେ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ ଓଡ଼ିଶା ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ୨୦୨୩ରେ ପୁଣିଥରେ ବିଶ୍ୱକପ ହକି ଆୟୋଜନ ପାଇଁ ରାଉରକେଲାରେ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ କାମ ଆଗେଇ ଚାଲିଛି ।

୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ :

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ଜିଲ୍ଲା ପାଇଁ ପ୍ରତାପ ଦେବ, ବରଗଡ଼ ଜିଲ୍ଲା ପାଇଁ ସୁଧୀର ସାମଲ ଓ ଭଦ୍ରକ ଜିଲ୍ଲା ପାଇଁ ପ୍ରଣବ ବଳବନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ପାଇଁ ସମୀର ଦାଶ, ଯାଜପୁର ଜିଲ୍ଲା ପାଇଁ ଅଶୋକ ପଣ୍ଡା, ଝାରସୁଗୁଡ଼ା ଜିଲ୍ଲା ପାଇଁ ସୁବାସ ସିଂହ ଓ କଳାହାଣ୍ଡି ଜିଲ୍ଲା ପାଇଁ ନବ ଦାସଙ୍କୁ ନିଯୁକ୍ତି ମିଳିଛି ।

ସେହିପରି କନ୍ଧମାଳ ଜିଲ୍ଲା ପାଇଁ ପ୍ରତାପ ଜେନା, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦୁଝର ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ପାଇଁ ପ୍ରମିଳା ମଲ୍ଲିକ, କୋରାପୁଟ ଜିଲ୍ଲା ପାଇଁ ଚନ୍ଦ୍ର ସାରଥି ବେହେରା, ମାଲକାନଗିରି ଜିଲ୍ଲା ପାଇଁ ଚନ୍ଦ୍ର ସାରଥି ବେହେରା, ବଲାଙ୍ଗିର ଜିଲ୍ଲା ପାଇଁ ସୁଶାନ୍ତ ସିଂ, ବୌଦ୍ଧ ଜିଲ୍ଲା ପାଇଁ ସୌଭାଗ୍ୟ ନାୟକ, କଟକ ଜିଲ୍ଲା ପାଇଁ ଉଷା ଦେବୀ, ଦେବଗଡ଼ ଜିଲ୍ଲା ପାଇଁ ସୁଶାନ୍ତ ସିଂ, ଢେଙ୍କାନାଳ ଜିଲ୍ଲା ପାଇଁ ବିଜୟ ନାଏକ, ଗଜପତି ଜିଲ୍ଲା ପାଇଁ ଅତନୁ ସବ୍ୟସାଚୀ ନାଏକ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରୀତିରଞ୍ଜନ ଘଡାଇ ନିଯୁକ୍ତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ଜିଲ୍ଲା ପାଇଁ ତୁଷାରକାନ୍ତୀ ବେହେରା, ନୟାଗଡ଼ ଜିଲ୍ଲା ପାଇଁ ପଦ୍ମନାଭ ବେହେରା, ନୂଆପଡ଼ା ଜିଲ୍ଲା ପାଇଁ ଦିବ୍ୟଶଙ୍କର ମିଶ୍ର, ପୁରୀ ଜିଲ୍ଲା ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ବଲପୁର ଜିଲ୍ଲା ପାଇଁ ନଳିନୀକାନ୍ତ ପ୍ରଧାନ ଓ ସୋନପୁର ଜିଲ୍ଲା ପାଇଁ ପ୍ରଦୀପ ଅମାତଙ୍କୁ ନିଯୁକ୍ତି ଦେଇଛନ୍ତି ।

Comments are closed.