ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ତରଫରୁ ମୃତ ଶ୍ୟାମସୁନ୍ଦରଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

68

ନିଶ୍ଚିନ୍ତକୋଇଲି : ଓଡ଼ିଶା ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳୀର ଜଣେ କାମ କରା ମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମାହାଙ୍ଗା ବିଧାୟକ ତଥା ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ତରଫରୁ ବଜ୍ରା ଘାତରେ ମୃତୁବରଣ କରିଥିବା ବ୍ୟକ୍ତି ଶ୍ୟାମସୁନ୍ଦରଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ । ସୁଚନା ମୁତାବକ ଗତ କାଲି ନିଣ୍ଟିନ୍ତକାଇଲି ବ୍ଲକ୍ ରାମକୃଷ୍ଣପୁର ଗ୍ରାମପଞ୍ଚାୟତ ଦହ ପଡ଼ା ଗ୍ରାମର ଶ୍ୟାମସୁନ୍ଦର ବେହେରା ନିଜ ଧାନ ବିଲରେ ବିଲ କାର୍ଯ୍ୟ କରୁଥିବା ସମୟରେ ହଟାତ୍ ଘଡ଼ଗଡି ମାରି ଶ୍ୟାମସୁନ୍ଦରଙ୍କୁ ଝଟକା ଲାଗିବା ଫଳରେ ଘଟଣା ସ୍ଥଳରେ ଶ୍ୟାମସୁନ୍ଦର ଚେତା ଶୂନ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତୁ ଘୋଷଣା କରିଥିଲେ । ଯାହାକୁ ନେଇ ସାରା ଅଞ୍ଚଳରେ ସୋକୋର ଛାୟା ଖେଳି ଯାଇଥିଲା । ପରେ ପରେ ଖବର ପାଇ ସାଲେପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବକୁ ନିଜ ହେପାଜତ୍ କୁ ନେଇ ବ୍ୟବଛେଦ ନିମନ୍ତେ କଟକ ପଠାଇଥିଲେ ।

ଏହି ଭଳି ଏକ ଦୁଃଖଦ ଖବର ପାଇ ମନ୍ତ୍ରୀ ଶ୍ରୀଜେନା ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧକ୍ଷା ସବିତା ଓଝା, ବ୍ଲକ୍ ବିଜେଡି ଉପସଭାପତି ଅଶୋକ କୁମାର ଓଝା, ପ୍ରମୋଦ ସ୍ୱାଇଁ, ରାମକୃଷ୍ଣପୁର ଗ୍ରାମପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ସ୍ବାଇଁ, ବିଶ୍ବଭୂଷଣ ନିହାଣ, ତଥା ସମସ୍ତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତରେ ଦୁଃଖଦ ପରିବାରକୁ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ସରକାରୀ ନିୟମ ଅନୁସାରେ ୪ ଲକ୍ଷ୍ୟ ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ କିପରି ଯଥା ଶୀଘ୍ର ମିଳି ପାରିବ ସେଥି ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀ ଶ୍ରୀଜେନା ଏହି ଭଳି ଦୁଃଖଦ ସମୟରେ ଦୁଃଖଦ ପରିବାରକୁ ସହାୟତାର ହାତ ବଢ଼ାଇ ଥିବାରୁ ମୃତକଙ୍କ ପରିବାର ତରଫରୁ ଏବଂ ଦହପଡ଼ା ଗ୍ରାମବାସୀ ମନ୍ତ୍ରୀ ଶ୍ରୀଜେନାଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

Comments are closed.