ଲଜ୍ ରୁ ୨୪ କେଜି ଗଞ୍ଜେଇ ଜବତ : ଯୁବକ ଗିରଫ

70

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋସାଣିନୂଆଗାଁ ଥାନା ଅନ୍ତର୍ଗତ ରେଳ ଷ୍ଟେସନ ରୋଡ଼ରେ ଥିବା ଏକ ଲଜ୍ ରେ ଚଢ଼ଉ କରି ପୋଲିସ ୨୪ କେଜି ଗଞ୍ଜେଇ ଜବତ କରିଛି । ଏ ସଂକ୍ରାନ୍ତରେ ଆଶିଷ ପାଣିଗ୍ରାହୀ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ନେଇ ଗୋସାଣିନୂଆଗାଁ ଥାନା ଅଧିକାରୀ ସୁମିତ୍ କୁମାର ସୋରେନ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ସୁରତ ଚାଲାଣ ହୋଇଥାନ୍ତା । 

ସୂଚନା ଅନୁସାରେ, ଅଭିଯୁକ୍ତ ଆଶିଷ ସୁରତରେ ରହୁଛନ୍ତି । ସେ ବିଭିନ୍ନ ସମୟରେ ବ୍ରହ୍ମପୁର ଆସି ଗଞ୍ଜେଇ ନେଇ ସୁରତ ଯାଉଛନ୍ତି । ଗତ କିଛି ଦିନ ତଳେ ସେ ବ୍ରହ୍ମପୁର ଆସି ଗଞ୍ଜେଇ ମାଫିଆଙ୍କ ଠାରୁ ଗଞ୍ଜେଇ ସଂଗ୍ରହ କରିଥିଲେ । ସେ ଷ୍ଟେସନ ରୋଡ଼ ସ୍ଥିତ ଏକ ଲଜ୍ ରେ ଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେଠାରେ ଚଢ଼ଉ କରି ଏକ ରୁମ୍ ରୁ ଆଶିଷଙ୍କୁ ଠାବ କରିଥିଲା । ଯାଂଚ୍ ପରେ ଏହି ରୁମ୍ ରୁ ଗଞ୍ଜେଇ ଜବତ ହୋଇଥିଲା । ଆଶିଷ ପୂର୍ବରୁ ମଧ୍ୟ ଦୁଇ ଥର ଆସି ଏଭଳି ଗଞ୍ଜେଇ ନେଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଆଜି ସେ ଗଞ୍ଜେଇ ନେଇ ସୁରତ ଯିବାର ଥିଲା । ହେଲେ ସୁରତ ଯିବା ପୂର୍ବରୁ ସେ ପୋଲିସ ହାତରେ ଧରାପଡିଛି ।  

Comments are closed.