ମାଟ୍ରିକ୍ ମୂଲ୍ୟାୟନ : ତାତିଲେ ଛାତ୍ରଛାତ୍ରୀ

66

କଟକ/ଭୁବନେଶ୍ୱର : ମାଟ୍ରିକ୍ ରେଜଲ୍ଟକୁ ନେଇ ଅଧିକାଂଶ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଦେଖାଦେଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଅପେକ୍ଷାକୃତ କମ୍ ମାର୍କ ଦିଆଯାଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲଗୁଡ଼ିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ବୋର୍ଡ ଅଫିସ୍ ଯାଏ ପପହଞ୍ଚିଯାଇଛି । ଆଜି କଟକ,ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ସମେତ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା । କେଉଁ କାରଣରୁ ମାର୍କ କମିଲା ସେ ନେଇ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ରାଜଧାନୀ ଭୁବନେଶ୍ୱରସ୍ଥିତ ବ୍ରହ୍ମେଶ୍ୱର ହାଇସ୍କୁଲ ଛାତ୍ରଛାତ୍ରୀ ପରୀକ୍ଷା ଫଳ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଟକ ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ହୋହାଲ୍ଲା କରିବା ସହ ଶିକ୍ଷକଙ୍କୁ ଭେଟିଥିଲେ ।

ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମୂଲ୍ୟାୟନରେ ତ୍ରୁଟିଥିବା ଅଭିଯୋଗ କରିଛନ୍ତି । ସେମାନଙ୍କୁ ଯାହା ନମ୍ବର ମିଳିଛି ସେଥିରେ ଯୁକ୍ତ ଦୁଇ ପଢ଼ିବା ପାଇଁ ଭଲ କଲେଜ ମିଳିବ ନାହିଁ ବୋଲି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହି ପୁନଃ ମୂଲ୍ୟାଙ୍କନ ଦାବିରେ କଟକ ବୋର୍ଡ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ । ସୂଚନାଯୋଗ୍ୟ ଯେ, ଜୁନ୍ ୨୫ରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା । କରୋନା ମହାମାରୀ ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା କରାନଯାଇ ଫଳ ପ୍ରକାଶ ପାଇଥିଲା । ବିକଳ୍ପ ବ୍ୟବସ୍ଥା ଯୋଗେ ମୂଲ୍ୟାଙ୍କନ ହୋଇଥିବା ବେଳେ ପାସ୍ ହାର ୯୭.୮ ପ୍ରତିଶତ ହୋଇଥିଲା ।

Comments are closed.