କ’ଣ ରହିବ ଜୁଲାଇ ଗାଇଡ୍ଲାଇନ୍ ର ରୂପରେଖ : ୫% ସଂକ୍ରମଣ କମ୍ ଜିଲ୍ଲାରେ କୋହଳ ହୋଇପାରେ କଟକଣା

76

ଭୁବନେଶ୍ୱର : ମଙ୍ଗଳବାର ଆସିପାରେ ଜୁଲାଇ ଗାଇଡ୍ଲାଇନ୍ । ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ରେଡ୍ ଜୋନ୍ରେ ଥିବା ୫ ଜିଲ୍ଲା ଉପରେ ସମସ୍ତଙ୍କ ଫୋକସ୍ ରହିଛି । ଏହା ଭିତରେ କେଉଁ କ୍ଷେତ୍ର ଖୋଲିବ ଏବଂ ସମୟ ଅବଧି ବଢ଼ିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି ଯେ, କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି ଅନ୍ୟ କିଛି ଜିଲ୍ଲାରେ କମୁଛି । ମହାମାରୀରେ ଏକା ସଙ୍ଗେ ସଂକ୍ରମଣ ଥମିବ ବୋଲି ଦେଖାଯାଇନାହିଁ । ୪ରୁ ୫ଟି ଜିଲ୍ଲାରେ ସଂକ୍ରମଣ ବଢୁଥିବା ହେତୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ସାମଗ୍ରିକ ଭାବେ ଜିଲ୍ଲାରେ କ୍ରମଣ କମିବାରେ ଲାଗିଛି ।

ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବାଆସିବା ନିୟମିତ ହେଉଛି । ଫଳରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ବୁଝାସୁଝା କରାଯାଉଛି । ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି । ସଂକ୍ରମିତ ଲୋକଙ୍କୁ ସଂଗରୋଧ କରି ଚିକିତ୍ସା କରାଯାଉଛି । ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍ଡାଉନ୍ ଉଠିବ କି ନାହିଁ ନିଷ୍ପତ୍ତି ନିଆଯିବ । ୫% କମ୍ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ । ଲୋକଙ୍କ ବ୍ୟବହାର, ଟିପିଆର, କେତେଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ଦେବଗଡ ଯାଇଥିବା ଟିମ୍ ଆସିବା ପରେ ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିବ ।

ଗତ ଅପ୍ରେଲରେ ସେ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି । ଏଥିପାଇଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦେହରେ ଡେଲଟା ପ୍ଲସ୍ ସଂକ୍ରମଣ ଅଛି ନା ନାହିଁ ତାହାର ତଦନ୍ତ କରାଯାଉଛି । ଦେବଗଡରେ ଟିପିଆର କମ୍ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି । ଏଥିପାଇଁ ବ୍ୟକ୍ତିଜଣଙ୍କ କାହାରିକୁ ସଂକ୍ରମିତ କରିଥିବେ ତାହା କହିହେଉ ନାହିଁ ।

Comments are closed.