୭୮.୫ କେଜି ଗଞ୍ଜେଇ ଜବତ!୨ ଗିରଫ

0 74

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ପକ୍ଷରୁ ୭୮.୫ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି କେସିଙ୍ଗା ପୁଲିସ । ସୂଚନା ଅନୁସାରେ ବାଲିଗୁଡା ରୁ ଖରିଆର କୁ ଏକ ବଳେରୋ ପ୍ଲସ ଗାଡ଼ି ନମ୍ୱର୍ ଓ ଆର୍ ୨୬-ଏ ୬୭୦୦ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କଥା ବିଶେଷ ସୁତ୍ରରୁ ଖବର ପାଇ କେସିଙ୍ଗା ପୁଲିସ କାବୁ କରିନେଇଥିଲେ। ସେମାନଙ୍କ ଏକ ବଲେରୋ ଗାଡ଼ି , ୭୮.୫କେଜି,୭୪୦ ଟଙ୍କା ଓ ୨ ଟି ମୋବାଇଲ ଗଞ୍ଜେଇ ସହ ୨ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ନୂଆପଡ଼ା ଜିଲ୍ଲା ରାଜ ଖରିଆର୍ ବାମନ ପଡ଼ା ର ଜୟରାମ ଆଡା ଓରଫ (ବିକି) ବୟସ ୩୨ ଓ ସେହି ଅଞ୍ଚଳ ର ଗୋଦ୍ରାମାଲ ର ସତ୍ୟ ନାରାୟଣ ଛତ୍ରିଆ (୩୨) ବୋଲି ଜଣାପଡିଛି। ଏନେଇ ପୁଲିସ କେସ ନମ୍ବର ୨୩୬ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା କଥା ଏକ ପ୍ରେସ ନୋଟିସ୍ ରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.