ଲୁମିନସ୍ ପାୱାର ଟେକ୍ନୋଲୋଜିରେ ୩୫୦-୪୦୦ କୋଟି ଟଙ୍କା ନିବେଶ କରିବ ସ୍ନାଇଡର୍

0 60

ଭୁବନେଶ୍ୱର: ଶକ୍ତି ଓ ଅଟୋମେଶନର ଡିଜିଟାଲ ରୁପାନ୍ତରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ସ୍ନାଇଡର୍ ଇଲେକ୍ଟ୍ରିକ୍ , ଏହାର ଭାରତୀୟ ସବ୍ସିଡିଆରି ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ରେ ୩୫୦ ରୁ ୪୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଥିବା ସମ୍ପର୍କରେ ଘୋଷଣା କରିଛି । ଏହି ନିବେଶକୁ ଲୁମିନସ୍ର ବ୍ୟାପକ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହାର କରାଯିବ । ଲୁମିନସ୍ ବର୍ତମାନ ବାର୍ଷିକ ୩.୧୨ ମିଲିୟନ ବ୍ୟାଟେରୀ ଉତ୍ପାଦନ କରୁଛି । ନୂଆ ପୁିନିବେଶ ସହିତ ଏହା ୨୦୨୫ ସୁଦ୍ଧା ଉତ୍ପାଦନକୁ ୫.୧ ମିଲିୟନକୁ ସମ୍ପ୍ରସାରିତ କରିବାକୁ ଓ ଏହାର କ୍ଷମତାକୁ ୬୩% ବୃଦ୍ଧି କରିବାକୁ ଯୋଜନା ରଖିଛି । କମ୍ପାନୀ ଏକ ନୂଆ କାରଖାନା ସ୍ଥାପନ କରିବାକୁ ମଧ୍ୟ ଯୋଜନା ରଖିଛି ଯାହା ଟଲ୍-ଟ୍ୟୁବୁଲାର ବ୍ୟାଟେରୀଜ୍ (ଟିଟିବି)ର ଉତ୍ପାଦନରେ ସହାୟକ ହେବେ । ଏହି କାରଖାନାକୁ ଦୁଇଟି ପର୍ଯ୍ୟାୟରେ ସ୍ଥାପନ କରାଯିବ, ପ୍ରଥମ ପର୍ଯ୍ୟାୟରେ ୩୦,୦୦୦ ଟିଟିବିର ଉତ୍ପାଦନ କ୍ଷମତା ରହିବ, ଯାହାକୁ ୨ୟ ପର୍ଯ୍ୟାୟରେ ୬୫,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଲୁମିନସ୍ ପକ୍ଷରୁ ବ୍ୟାଟେରୀ ଓ ପରବର୍ତୀ ପିଢିର ଇନ୍ଭର୍ଟର୍ ନିର୍ମାଣ ପାଇଁ ଟେକ୍ନୋଲୋଜିକୁ ଅପ୍ଗ୍ରେଡ୍ କରିବା ଦିଗରେ କ୍ଷମତା ବୃଦ୍ଧି ପାଇଁ ୧୮୫ କୋଟି ଟଙ୍କା ବିନିଯୋଗ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ଏହି ନୂତନ ପୁିନିବେଶ ଏହାର ‘ଆତ୍ମନିର୍ଭର’ ନୀତିଗୁଡିକୁ ନିର୍ମାଣ କରିବା ଓ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିବ । ଲୁମିନସ୍ ଭାରତରେ ଥିବା ଏହାର ବର୍ତମାନର ୭ଟି କାରଖାନାକୁ ସମ୍ପ୍ରସାରିତ କରିବ ଏବଂ ଦୁଇଟି ନୂଆ ଉତ୍ପାଦନ କାରଖାନା ସ୍ଥାପନ କରିବ, ୨୦୦୦ରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ଏବଂ ୧୦,୦୦୦ରୁ ଅଧିକ ଲୋକ ଓ ସେମାନଙ୍କ ପରିବାରକୁ ପରୋକ୍ଷରେ ସମର୍ଥନ କରିବ । ଏହି ନୂଆ ପାଣ୍ଠି କମ୍ପାନୀର ପ୍ରମୁଖ ପଶ୍ଚାଦବର୍ତୀ ଏକତ୍ରୀକରଣ ଦର୍ଶନକୁ ସୁଦୃଢ କରିବାରେ ସାହାଯ୍ୟ କରିବ ଯାହାକି ଆଗାମୀ ୧୨ରୁ ୧୮ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଏହି ନିବେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଲୁମିନସ୍ର ଦ୍ରୁତ ବେଗରେ ବିକଶିତ ହେଉଥିବା ବିଭାଗ- ସୋଲାର ବିଜ୍ନେସ୍ ଉପରେ ଗୁରୁତ୍ୱ ଦେବ, ଯାହା ୨୦୨୫ ସୁଦ୍ଧା କମ୍ପାନୀର ବିକ୍ରିରେ ୪୦%ରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି । ଏହା ଉପରେ ମତ ରଖି, ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ର ପରିଚାଳନା ନିର୍ଦ୍ଦେଶକ, ବିପୁଲ ସବରୱାଲ କହିଛନ୍ତି ଯେ, ମହାମାରୀ ଓ କ୍ରମାଗତ ଲକ୍ଡାଉନ୍ ସତ୍ୱେ ଆମେ ଉଚ୍ଚ ବ୍ୟବସାୟ ମୂଲ୍ୟ, ଯୋଗଦାନ ଓ ବିସ୍ତାର ହାସଲ କରିବାକୁ ସକ୍ଷମ ହୋଇଛୁ । ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ୫୦୦୦ କୋଟି ଟଙ୍କାର ରାଜସ୍ୱରେ ପହଞ୍ôଚବା ପାଇଁ ଦୁଇ ଅଙ୍କ ବିଶିଷ୍ଟ ବାର୍ଷିକ ଅଭିବୃଦ୍ଧି ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଆମର ଉତ୍ପାଦନ କ୍ଷମତା ଓ ସ୍ୱତନ୍ତ୍ର ବ୍ୟବସାୟ ବିଭାଗଗୁଡିକର ସମ୍ପ୍ରସାରଣ କରିବା ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ନିବେଶ କରି ସ୍ନାଇଡର୍ ଇଲେକ୍ଟ୍ରିକ୍ ସହିତ ମିଳିତ ଭାବେ ଆମେ ଏହି ବିକାଶ ଲକ୍ଷ୍ୟକୁ ପୂରଣ କରିବାକୁ ଯୋଜନା ରଖିଛୁ । ଏସମ୍ପର୍କରେ ସ୍ନାଇଡର୍ ଇଲେକ୍ଟ୍ରିକ୍ର ଇଭିପି ଓ ଲୁମିନସ୍ ବୋର୍ଡର ସଦସ୍ୟ ମନିଷ ପନ୍ତ୍ କହିଛନ୍ତି, ଲୁମିନସ୍ ଉଚ୍ଚ ଅଭିବୃଦ୍ଧିଶୀଳ ପ୍ରୋଜ୍ୟୁମର୍ ବିଜ୍ନେସ୍ରେ ରହିଛି ଏବଂ ଏହି ବ୍ୟବସାୟକୁ ଆହୁରି ବୃଦ୍ଧି କରିବା ପାଇଁ ଆସନ୍ତା କିଛି ବର୍ଷରେ ଆମେ ଏଥିରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିବୁ । ଲୁମିନସ୍ର ରାଜସ୍ୱ ବିନା କୌଣସି ଅତିରିକ୍ତ ଇକ୍ୱିଟି ନିବେଶରେ ୧୦୦୦ କୋଟିରୁ ୩୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ତମାନ ଲୁମିନସ୍ର ଲାଭର ୨୫ରୁ ୩୦%କୁ କମ୍ପାନୀରେ ପୁନଃବିନିଯୋଗ କରାଯାଉଛି, ଯାହାକି ଆଗାମୀ ବର୍ଷଗୁଡିକରେ ୫୦% ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.