ଏସବିଆଇ କାର୍ଡ ଏବଂ ଫାବଇଣ୍ଡିଆ ଏଣିକି ମିଳିତଭାବେ ଗ୍ରାହକଙ୍କୁ ସେବା ଯୋଗାଇବେ

0 73

କଟକ: ଏସବିଆଇ କାର୍ଡ଼ ଏବଂ ଭାରତର ସର୍ବବୃହତ୍ତ ଖୁଚୁରା ବିକ୍ରୟ ପ୍ଲାଟଫର୍ମ, ଫାବ୍ଇଣ୍ଡିଆ ମିଳିତ ଭାବେ ଫାବ୍ଇଣ୍ଡିଆ ଏସବିଆଇ କାର୍ଡ଼ର ଶୁଭାରମ୍ଭ କରିଛନ୍ତି । ଉକ୍ତ କାର୍ଡ଼କୁ ସ୍ୱତନ୍ତ୍ରଭାବେ ବ୍ରାଣ୍ଡିଂ କରାଯାଇଥିବାବେଳେ ଏହା ଏକ ସଂସର୍ଗ ବିହୀନ କ୍ରେଡ଼ିଟ କାର୍ଡ଼ । ଏହାର ପ୍ରିମିୟମ୍ ଗ୍ରାହକ ମାନଙ୍କୁ ଏକ ସନ୍ତୋଷଜନକ କିଣାକିଣି ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ଡ଼ିଜାଇନ୍ କରାଯାଇଛି । ଏହା ଫାବଇଣ୍ଡିଆ ଏଏସବିଆଇ କାର୍ଡ଼ ସିଲେକ୍ଟ ଏବଂ ଫାବଇଣ୍ଡିଆ ଏଏସବିଆଇ କାର୍ଡ଼ଭଳି ଦୁଇ ପ୍ରକାରର ଉପଲବ୍ଧ ହେଉଛି । ଏହି ନୂତନ ମିଳିତ ଭାବରେ ବ୍ରାଣ୍ଡିଂ କରାଯାଇଥିବା ସଂସର୍ଗବିହୀନ କ୍ରେଡ଼ିଟ୍ କାର୍ଡ଼ରେ ଖୁଚୁରା କିଣାକିଣିରେ ସ୍ୱତନ୍ତ୍ର ରିୱାର୍ଡ଼ ପଏଣ୍ଟ ପ୍ରଦାନ କରାଯାଉଛି । ଏବଂ ବିଭିନ୍ନ ବର୍ଗରେ କରାଯାଉଥିବା ଖର୍ଚ୍ଚ କ୍ଷେତ୍ରରେ ମୂଲ୍ୟ ଫେରସ୍ତ ପାଇବା ବ୍ୟବସ୍ଥାର ସମ୍ମିଶ୍ରଣ କରାଯାଇଛି । ଏହି ସହଭାଗିତା ସମ୍ପର୍କରେ ପ୍ରକାଶକରି ଏସବିଆଇ କାର୍ଡର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରାମ ମୋହନ ରାଓ ଅମାରା କହିଛନ୍ତିଯେ, “ଉକ୍ତ ବର୍ଗରେ ସର୍ବୋତ୍ତମ ଉତ୍ପାଦ, ସେବା ଏବଂ ଏକ ଅତୁଳନୀୟ ଅନୁଭୂତି ଆମ ଗ୍ରାହକଙ୍କୁ ଯୋଗାଇଦେବା ଏସବିଆଇ କାର୍ଡରେ ଆମମାନଙ୍କର ସର୍ବଦା ପ୍ରୟାସ ହୋଇ ରହିଆସିଛି । ଆମର ସ୍ୱଚ୍ଛଳ ଏବଂ ପ୍ରିମିୟମ ଗ୍ରାହକ ବର୍ଗ ନିମନ୍ତେ ଆଉ ଏକ ସଶକ୍ତ ଏବଂ ଅନନ୍ୟ ମୂଲ୍ୟ ପ୍ରଦାନ କରିବା ଦିଗରେ ଫାବଇଣ୍ଡିଆକୁ ଆମର ସହଭାଗୀ ଭାବରେ ପାଇ ଆମେ ଆନନ୍ଦିତ । ନୂଆ ଫାବଇଣ୍ଡିଆ ଏସବିଆଇ କାର୍ଡର ପ୍ରଚଳନ ଆମର ପ୍ରିମିୟମ ଉତ୍ପାଦ ବର୍ଗକୁ ଅଧିକ ମଜଭୁତ କରିବା ସହିତ ଦେଶର ଡିଜିଟାଲ ଅର୍ଥନୀତି ଦିଗରେ ଅବଦାନ ରଖିବା ଏବଂ ଡିଜିଟାଲ ଦେଣନେଣକୁ ଆପଣେଇବା ଦିଗରେ ଆମ ଗ୍ରାହକମାନଙ୍କୁ ସମର୍ଥ କରାଇବା ନିମନ୍ତେ ଆମ ପ୍ରତିବଦ୍ଧତାକୁ ଅଧିକ ଦୃଢୀଭୂତ କରୁଛି । ଏହି ଅବସରରେ ଫାବଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଭିନେ ସିଂ କହିଛନ୍ତି ଯେ, “ଆମେ ଆନନ୍ଦର ସହିତ ଫାବଇଣ୍ଡିଆ ଏସବିଆଇ କାର୍ଡ ଏବଂ ଭାରତରେ ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ନାମ ଏସବିଆଇ କାର୍ଡ ସହିତ ଆମର ସହଭାଗିତା ସମ୍ପର୍କରେ ଘୋଷଣା କରୁଛୁ । ଆମେ ଯେଉଁଭଳି ଜୀବନ ନିର୍ବାହ କରୁୁ ଏବଂ ଭାବ ବିନିମୟ କରୁ ସେଥିରେ ଗତବର୍ଷ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସେହି ସମୟରେ ଆମର ଖର୍ଚ୍ଚ କରିବା ଶୈଳୀରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆମ ଗ୍ରାହକଙ୍କ ପାଇଁ ଫାବଇଣ୍ଡିଆ ଏବଂ ଏସବିଆଇ କାର୍ଡ ମିଳିତ ଭାବରେ ଯେଉଁ ସମାଧାନ ଓ ପ୍ରୋତ୍ସାହନ ଆଣୁଛନ୍ତି ତାହା ଗ୍ରାହକଙ୍କୁ ଉଲ୍ଲେଖନୀୟ ମୂଲ୍ୟ ପ୍ରଦାନ ଏବଂ ତଦ୍ଦ୍ୱାରା ସେମାନଙ୍କୁ ଆନନ୍ଦ ଆଣିଦେବା ନିମନ୍ତେ ଡିଜାଇନ କରାଯାଇଛି ।

Leave A Reply

Your email address will not be published.