ରାଜ୍ୟରେ ୨୪ ଘଣ୍ଟାରେ ୩୩୭୧ କୋଭିଡ୍ ପଜିଟିଭ୍ ଚିହ୍ନଟ

0 75

ଭୁବନେଶ୍ୱର ୩୦।୦୬ : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ଜୁନରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯୮୦୦ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୨୨ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୪୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫୮ଜଣ, ବରଗଡ଼ ଜିଲ୍ଲାରୁ ୩୫ଜଣ, ଭଦ୍ରକ ଜିଲ୍ଲାରୁ ୧୭୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୧୯ଜଣ, କଟକ ଜିଲ୍ଲାରୁ ୪୬୮ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୮ଜଣ, ଗଜପତି ଜିଲ୍ଲାରୁ ୧୨ଜଣ, ଗଞ୍ଜାମ ଜିଲ୍ଲାରୁ ୨୧ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୫ଜଣ, ଯାଜପୁର ଜିଲ୍ଲାରୁ ୨୧୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ଜଣ, କନ୍ଧମାଳ ଜିଲ୍ଲାରୁ ୨୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୭୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୩୦ଜଣ, କୋରାପୁଟ ଜିଲ୍ଲାରୁ ୫୨ଜଣ, ମାଲକାନାଗିରି ଜିଲ୍ଲାରୁ ୮୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪ଜଣ, ନୟାଗଡ଼ ଜିଲ୍ଲାରୁ ୧୩୫ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୯୩ଜଣ, ରାୟଗଡ଼ା ଜିଲ୍ଲାରୁ ୫୯ଜଣ, ସମ୍ବଲପୁର ଜିଲ୍ଲାରୁ ୨୮ଜଣ, ସୋନପୁର ଜିଲ୍ଲାରୁ ୨୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨ଜଣ, ଷ୍ଟେଟ ପୁଲ୍‌ରୁ ୯୨ଜଣ ରହିଛନ୍ତି ।

Leave A Reply

Your email address will not be published.