୧୬ ଯାଏଁ ଆଶିଂକ ଲକ୍ଡାଉନ

70

-୨୦ ଜିଲ୍ଲାରୁ ହଟିଲା ସପ୍ତାହାନ୍ତ ସଟ୍ଡାଉନ୍, ଗଡ଼ିବ ବସ୍
-ରାଜ୍ୟରେ ଜାରି ରହିବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର : ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରିଛନ୍ତି । ତେବେ ପରବର୍ତ୍ତି ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଛି । ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ସଂକ୍ରମଣ କମିଥିବାରୁ କାଟେଗୋରୀ ଏ’କୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି । ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ପୂର୍ବରୁ କାଟାଗୋରୀ ଏରେ ୧୭ଟି ଜିଲ୍ଲା ଥିଲା ।

ତେବେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସ୍ଥିତି ଦେଖି ଧିରେ ଧିରେ ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାଟେଗୋରୀ ଏ’ରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ । ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ । ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ । ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ । ସପ୍ତାହର ସାତଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ୬ରୁ ୬ ଦୋକାନ ଖୋଲିବ । ତେବେ ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ । କାଟେଗୋରୀ ବି’ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । କାଟେଗୋରୀ ବି’ରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କଟକ ଆଦି ଜିଲ୍ଲା ରହିଛି । ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ । ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି ।

କ୍ୟାଟେଗୋରୀ ‘ଏ’ (୨୦ ଜିଲ୍ଲା) :
-ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ ।
-ଇନ୍ଡୋର ଓ ଆଉଟଡୋର ସୁଟିଂକୁ ଅନୁମତି
-ସକାଳ ୬ରୁ ସନ୍ଧ୍ୟା ୬ ଦୋକାନ ଖୋଲା
-ସାପ୍ତାହିକ ହାଟ ଖୋଲିବାକୁ ଅନୁମତି

କ୍ୟାଟେଗୋରୀ ‘ବି’ (୧୦ ଜିଲ୍ଲା) :
-ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ
-ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲା
-ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି
-ଉଠା ଦୋକାନୀଙ୍କୁ ଅନୁମତି
-ସପ୍ତାହାନ୍ତ ସଟଡାଉନ ଲାଗୁ
-ବସ୍ ଚଳାଚଳ ପାଇଁ ଅନୁମତି ନାହିଁ
-ସିନେମା ହଲ୍ ଖୋଲିବ ନାହିଁ; ଯାତ୍ରା ଚାଲିପାରିବ ନାହିଁ
-ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତ୍ତର

କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କାଯର୍ୟାନୁଷ୍ଠାନ ହେବ । ତେବେ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି । ଉଠା ଦୋକାନୀ ଦୋକାନ ଖୋଲିପାରିବେ, ଜିନିଷ ପାର୍ସଲ ଦେବେ । ତେବେ କାଟେଗୋରୀ ବି’ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ ।

କଣ ଖୋଲା :

ମର୍ଣ୍ଣିଂୱାକ୍, ଜଗିଂ, ସାଇକେଲିଂ,ମାଲ୍ ପରିବହନ, ଶିଳ୍ପ, ନିର୍ମାଣ କାର୍ଯ୍ୟ, ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣ, ଖାଦ୍ୟର ହୋମ୍ ଡେଲିଭେରି, ଇ-କମର୍ସ ଓ ବ୍ୟାଙ୍କିଂ

କଣ ବନ୍ଦ :
ବିବାହ, ବ୍ରତ, ଶୁଦ୍ଧିକ୍ରିୟା,ଭୋଜିଭାତ, ଜିମ୍, ମଲ, ସିନେମାହଲ୍, ସୁଇମିଂ ପୁଲ୍, ଯାତ୍ରା, ଅପେରା, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ମନ୍ଦିର ଦର୍ଶନ

Comments are closed.