ମୋନାଙ୍କୁ ୟୁଏଇ ଗୋଲ୍ଡେନ୍ ଭିସା

61

-ଓଡ଼ିଶାର ଚାରୁକଳାକୁ ଚମକାଇଲେ ଓଡ଼ିଆ ଝିଅ
-ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାରିପଦା : ଓଡ଼ିଶାର ଚାରୁକଳାକୁ ଦୁବାଇରେ ଚମକାଇଛନ୍ତି ବାରିପଦା ଝିଅ ମୋନା ବିଶ୍ୱରୂପା ମହାନ୍ତି । ତାଙ୍କୁ ୟୁଏଇ ପକ୍ଷରୁ ସମ୍ମାନଜନକ ୧୦ ବର୍ଷିଆ ଗୋଲ୍ଡେନ୍ ଭିସା ପ୍ରଦାନ କରାଯାଇଛି । ଏହି ଭିସା ମିଳିବାର ଅର୍ଥ ବିଶ୍ୱରୂପା ଏବେ ୟୁଏଇରେ ୧୦ ବର୍ଷ ଯାଏ ବିନା କୌଣସି ବାଧାରେ ରହିପାରିବେ । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଏବଂ ସଂସ୍କୃତି, ଐତିହାସିକ ଏବଂ ପାଠ ପଢ଼ିବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଦୀର୍ଘକାଳୀନ ସାଂସ୍କୃତିକ ଭିସା ପ୍ରଦାନ କରିଥାଏ ୟୁଏଇ । ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପା ଏହି ଭିସା ପାଇଥିବା ଜଣାଯାଇଛି । ବିଶ୍ୱରୂପା ଦୁବାଇର ଆର୍ଥନୀତିକ ବିଭାଗର ଜଣେ କଳାକାର ।୨୦୦୭ ପାଖରୁ ସେ ଦୁବାଇରେ ରହୁଛନ୍ତି ।

ସେ ବାରିପଦା ସ୍କୁଲ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରୁ ଫାଇନ ଆର୍ଟରେ ଡିପ୍ଲୋମା କରିଛନ୍ତି । ମୋନାଙ୍କ ବାପା ସଂଗ୍ରାମ କେଶରୀ ମହାନ୍ତି ଜଣେ ଗୀତିକାର ଭାବରେ ଜଣାଶୁଣା । ତାଙ୍କ ମା’ ମମତା ଜଣେ ଶିକ୍ଷୟିତ୍ରୀ । ବିଶ୍ୱରୂପା ଇଟାଲୀର ମିଲାନରୁ ଫ୍ୟାଶନ ଏବଂ ଟେକ୍ସଟାଇଲରେ ମାଷ୍ଟର ଡିଗ୍ରୀ କରିଥିଲେ । ଏବେ ବିଶ୍ୱରୂପା ଦୁବାଇର ଏକାଡେମିକ୍ କ୍ଷେତ୍ରରେ ଏବଂ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ଆଠ ବର୍ଷ ହେବ ସକ୍ରିୟ ରହିଛନ୍ତି । ସେ କହିଛନ୍ତି ଯେ ଏହି ଦୀର୍ଘକାଳୀନ ରହଣି ସହିତ ସାଂସ୍କୃତିକ ବିନିମୟ ଏବଂ ଅନ୍ୟ କଳାକାରମାନଙ୍କ ସହ ସହଭାଗୀତାରେ କାମ କରିବାର ସମ୍ଭାବନା ଦେଇଥାଏ । ଦିନକୁ ଦିନ ବିଶ୍ୱରେ ସାଂସ୍କୃତିକ ଐତିହ୍ୟ ବଢ଼ି ·ଲିଛି । ଏଥିରେ ନିଜ ଦେଶର ସଂସ୍କୃତିକୁ ନେଇ ସେ ପ୍ରତିନିଧିତ୍ୱ କରୁଛନ୍ତି । ଏହାଦ୍ୱାରା ଗୋଟିଏ ଦେଶର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତି ସହିତ ଆଦାନ ପ୍ରଦାନ ହୋଇପାରୁଛି ବୋଲି ସେ କହିଛନ୍ତି । ୨୦୧୯ରେ ଏପରି ଭିସାର ବ୍ୟବସ୍ଥା ଆରମ୍ଭ କରିଥିଲା ।ଯେଉଁଥିରେ ଏହି ଭିସା ପାଞ୍ଚ କିମ୍ବା ୧୦ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି ।

Comments are closed.