ଶିଶୁଙ୍କ ପାଇଁ ପିସିଭି ଟିକାକରଣ

0 63

-ଉପକୃତ ହେବେ ୫ଲକ୍ଷ ଶିଶୁ
-୮୮ ହଜାର ଡୋଜ୍ ଟିକା ମହଜୁଦ୍
-ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ମିଳିବ

ଭୁବନେଶ୍ୱର : ରାଜ୍ୟରେ ପିସିଭି ଟିକାକରଣ ଆରମ୍ଭ ହୋଇଛ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାଜ୍ୟସ୍ତରୀୟ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନର ଟିକାକରଣ, ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି । କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବାର ଆଶଙ୍କା ଦେଖା ଯାଇଥାଏ । ଏଣୁ ଏଭଳି ରୋଗରୁ ରକ୍ଷା କରିବା ଲାଗି ବୁଧବାରଠାରୁ ପିସିଭି ଟିକାକରଣ ଆରମ୍ଭ ହୋଇଛି ।

ଏବେ ରାଜ୍ୟରେ ୮୮ ହଜାର ୪୦୦ ଡୋଜ୍ ଟିକା ରହିଛି । ସମସ୍ତ ସରକାରୀ ହସ୍ପିଟାଲରେ ଶିଶୁମାନଙ୍କୁ ଏହି ଟିକା ବିନା ମୂଲ୍ୟରେ ଦିଆଯିବ ବୋଲି କୁହାଯାଇଛି । ସେପଟେ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଏହାକୁ ହାଲୁକା ଭାବେ ନେବାକୁ ଜନସାଧାରଣଙ୍କୁ ମନା କରାଯାଇଛି । ସଂକ୍ରମଣ କମିଥିଲେ ମଧ୍ୟ ରୋଗ ଯାଇନାହିଁ ବୋଲି କୁହାଯାଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏଠାରେ ସୂଚନାଥାଉକି ଏହି ଟିକା ଦ୍ୱାରା ରାଜ୍ୟର ୫ଲକ୍ଷ ଶିଶୁ ଉପକୃତ ହେବେ ।

Leave A Reply

Your email address will not be published.