ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ

66

-୩ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯିବ ସୀମା ନିର୍ଦ୍ଧାରଣ ଆୟୋଗ
-୧୧୪ ଆସନରୁ ୯୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ
-୨୪ଟି ଆସନ ପିଓକେକୁ ଛଡ଼ାଯିବ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ବଦଳୀୟ ବୈଠକ ପରେ ପରିସୀମନ ଆୟୋଗ ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଏନେଇ ସୂଚନା ଦେଇଛନ୍ତି ର୍ନିବାଚନ ଆୟୋଗଙ୍କ ମୁଖପାତ୍ର । ତାଙ୍କ ସୂଚନା ମୁତାବକ ପରିସୀମନ ଆୟୋଗ ୬ ଜୁଲାଇରୁ ୩ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ସେଠିକାର ରାଜନୈତିକ ଦଳର ନେତା, ଲୋକପ୍ରତିନିଧି ଓ ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ପରିସୀମନ ଆୟୋଗ ସେଠାରେ ଆଇଜି ଅଧିକାରୀ ସ୍ତରରେ ଏକ ବୈଠକ କରିବେ ।

ଆୟୋଗ ତରଫରୁ ଖୁବଶୀଘ୍ର ଆସନ ସୀମା ନିର୍ଦ୍ଧାରଣ କରିବେ । ଏହାପରେ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବ । ନିର୍ବାଚନ ପ୍ୟାନେଲ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସୀମା ନିର୍ଦ୍ଧାରଣ ଆୟୋଗର ଅଧ୍ୟକ୍ଷ ଅବସରପ୍ରାପ୍ତ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦିଶାଇ ଓ ମୁଖ୍ୟ ନିବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ର ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ନିର୍ବାଚନ ଆୟୁକ୍ତଙ୍କ ମୁଖପାତ୍ର କହିଛନ୍ତି କି ଆୟୋଗ ବିଶ୍ୱାସ ରଖିଛିକି ସବୁପକ୍ଷ ଏହି କାର୍ଯ୍ୟରେ ସହଯୋଗ କରିବେ ଓ ଉପଯୁକ୍ତ ପରାମର୍ଶ ଦେବେ । ଏହାଦ୍ୱାରା ସୀମା ନିର୍ଦ୍ଧାରଣର କାର୍ଯ୍ୟ ସଠିକ୍ ସମୟରେ ହୋଇପାରିବ । କହିରଖୁ କି ଜମ୍ମୁ-କାଶ୍ମୀରର ସଂସଦୀୟ ଓ ବିଧାନସଭା ନିର୍ବାଚନ କ୍ଷେତ୍ର ପୁନଃନିର୍ଦ୍ଧାରଣ କରିବା ଦାୟିତ୍ୱ ପରିସୀମନ ଆୟୋଗଙ୍କୁ ଦିଆଯାଇଛି । ପରିସୀମନ ଆୟୋଗଙ୍କ ସୂଚନା ମୁତାବକ ଏହି ଗସ୍ତବେଳେ ରାଜନୈତିକ ଦଳମାନଙ୍କ ସହ ହେବାକୁ ଥିବା ବୈଠକରେ ୧୧୪ ଟି ବିଧାନସଭା କ୍ଷେତ୍ରର ସୀମା ନିର୍ଦ୍ଧାରଣ ନେଇ ନିଷ୍ପତ୍ତି ହେବ ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୧୪ଟି ଆସନ ମଧ୍ୟରୁ ୯୦ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ବାକି ୨୪ ଟି ଆସନ (ଯାହା କି ପାକ୍ ଅଧିକୃତ କାଶ୍ମୀର ଅଧିନରେ)କୁ ଛାଡି ଦିଆଯିବ । ଅନ୍ୟପଟେ ଜମ୍ମୁ-କାଶ୍ମୀର ଇତିହାସରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆସନ ସଂରକ୍ଷିତ କରାଯିବ ବୋଲି କୁହାଯାଇଛି ।

Comments are closed.