ଫାଇନ୍ ତ ନେଲ, ଗୋଇଠା କାହିଁକି ମାରିଲ?

70

-ଜଣେ ପିସିଆର କର୍ମୀ ନିଲମ୍ବିତ,୨ ତଦନ୍ତ ପରିସରଭୁକ୍ତ

ଭୁବନେଶ୍ୱର : ନାବାଳକ ଚା’ଦୋକାନୀଙ୍କୁ ପିଟିଲା ପୁଲିସ୍ । ଗୋଇଠା ପରେ ଗୋଇଠା ମାରିବା ସହିତ ଦୋକାନରୁ କିଛି ଜିନିଷ ବି ନେଇ ଚାଲିଗଲେ । ଆଉ ଏସବୁ ଦୃଶ୍ୟ କଏଦ ହୋଇଯାଇଛି ସିସିଟିଭିରେ । ଘଟଣାଟି ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଘଟିଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।

ଦୁଇ ଦିନ ତଳେ କେସୁରାରେ ଏହି ନାବାଳକ ଜଣଙ୍କ ଦିନ ଗୋଟାଏ ପରେ ବି ତାଙ୍କ ଚା’ ଦୋକାନ ଖୋଲା ରଖିଥିଲେ । ଏହି ସମୟରେ ପହଞ୍ଚିଥିଲେ ପାଟ୍ରୋଲିଂରେ ଥିବା ପୁଲିସ୍ କର୍ମଚାରୀ । ପିଲାଟି କିଛି ବୁଝିବା ପୂର୍ବରୁ ସେ ତାକୁ ଗୋଇଠା ପରେ ଗୋଇଠା ମାରିଥିଲେ । ଚା’ ଦୋକାନୀ ଜଣଙ୍କ ନାବାଳକ ବୋଲି ଜାଣି ସୁଦ୍ଧା ସେ ନିସ୍ତୁକ ମାଡ଼ ମାରିଥିଲେ । ପୁଲିସ୍ କର୍ମଚାରୀ ଜଣଙ୍କ କେବଳ ମାଡ଼ ମାରି ନଥିଲେ । ସେ ଓ ତାଙ୍କ ସହଯୋଗୀମାନେ ଦୋକାନ ଭିତରେ ପଶି କିଛି ଜିନିଷ ବି ନେଇଯାଇଥିଲେ । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଜଣେ ପିସିଆର କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ତାଙ୍କ ନା ଏ.କେ ବିଶ୍ୱାଳ । ତାଙ୍କ ସହିତ ଥିବା ଆଉ ୨ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଡ଼ଗଡ଼ ଥାନା ପିସିଆର ଟିମ୍ ସହିଦ ନଗର ଥାନା ଫାଇନ୍ ତ ନେଲ, ଗୋଇଠା କାହିଁକି ମାରିଲ? ଅଞ୍ଚଳରେ ପଶି ଏହି କାଣ୍ଡ ଭିଆଇଛନ୍ତି । ସେମାନେ ଜରିମାନା ଆଦାୟ କରିବା ପରେ କାହିଁକି ମାଡ଼ ମାରିଲ, ସେ ନେଇ ତଦନ୍ତ କରାଯାଉଛି ।

Comments are closed.