ବଦଳି ପୁର୍ବରୁ ଟିଟିଲାଗଡ଼ ସହରବାସୀଙ୍କୁ ମୌଳିକ ସୁବିଧା ଦେଇଗଲେ ଉପ ଜିଲ୍ଲାପାଳ ଶ୍ରୀସୋମେଶ କୁମାର ଉପାଧ୍ୟାୟ

72

ଟିଟିଲାଗଡ଼ : ଟିଟିଲାଗଡ ସହରକୁ କେତେ ଉପଜିଲ୍ଲାପାଳ ଆସିଲେଣି ଏବଂ ଗଲେଣି, ସେମାନଙ୍କ ମଧ୍ୟରୁ କିଛି କାର୍ଯ୍ୟକରି ତଥା ଟିଟିଲାଗଡ଼ର ବିକାଶ କରି ଯାଇଛନ୍ତି କିଛି ଆଇ ଏ ଏସ । କିଛି ଦିନ ପୂର୍ବରୁ ବଦଳି ହୋଇ କଳାହାଣ୍ଡିକୁ ଯାଇଥିବା ଯୁବ ଉପଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ( ଆଇ ଏ ଏସ) ଅନ୍ୟତମ। ଟିଟିଲାଗଡ଼ର ପରିମଳ ବ୍ୟବସ୍ଥା, ଅଭିଯୋଗ ପାଇଁ ହେଲ୍ପ ଲାଇନ ନମ୍ବର, ଚୋରାରେ ପାଣି ପାଇପ ସଂଯୋଗ କାଟିବା, ଲକ୍ ଡାଉନ୍ ସମୟରେ କୋଭିଡ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଅନ୍ୟତମ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ସିଏ ତାଙ୍କ କାର୍ଯ୍ୟକାଳ ସମୟରେ କରିକି ଗଲେ ଯାହାକି କୌଣସି ନେତା କି ମନ୍ତ୍ରୀ ବି କରିପାରି ନ ଥିଲେ, ତାହା ହେଉଛି ଥାନା ସମ୍ମୁଖରେ ଶୌଚାଳୟ ନିର୍ମାଣ, ପୂର୍ବତନ ପୌରନିର୍ବାହି ଅଧିକାରୀଙ୍କ ଅଧୁରା ହୋଇ ପଡିଥିବା ହାଟପଦା ପଡ଼ା ବଜାର ଭିତର ଦୋକାନ ଗୃହ ନିର୍ମାଣ କାମକୁ ସମ୍ପୂର୍ଣ୍ଣ କରାଇବା, ଭେଣ୍ଡିଂ ଜୋନ ନିର୍ମାଣ, ଦୈନିକ ବଜାରର ମାଛ ବଜାର ପାଖରେ ଶୌଚାଳୟ ନିର୍ମାଣ, ମହାରାଜ ସାଗରର ଉନ୍ନତିକରଣ ଇତ୍ୟାଦି।

ଏହି ଯୁବ ଆଇ ଏ ଏସ ନିଜେ ଛିଡା ହୋଇ ସ୍ଥାନ ଚିହ୍ନଟ ଠୁ ନେଇ ଜବରଦଖଲ ଉଚ୍ଛେଦ କରି ସେହିଯାଗାରେ ନୂତନ କାର୍ଯ୍ୟ ସମ୍ପନ୍ନ କରି ଟିଟିଲାଗଡ଼ ବାସୀଙ୍କୁ କିଛି ଜଞ୍ଜ।ଳରୁ ମୁକ୍ତି ଦେବାରେ ସଫଳ ହୋଇଛନ୍ତି। ଏହି ସବୁ କାର୍ଯ୍ୟ ତାଙ୍କ ଅବଧି ସମୟରେ କରିକୀ ଏବେ ବଦଳି ହେବା ପୂର୍ବରୁ ଆଜି ମନ୍ତ୍ରୀଙ୍କ ସହ ମିଶୀ ଉଦଘାଟନ କରିଛନ୍ତି । ଯାହା କରିପାରିଲେନି ତାହା ରାଜନୈତିକ ଅଭିସନ୍ଧି ହେଉ କି ଅନ୍ୟ କୌଣସି କାରଣ ଯୋଗୁଁ ଅଧାପନ୍ତରିଆ ହୋଇ ରହିଗଲା । ସେ ଯାହାବି ହେଉ ଶ୍ରୀ ଉପାଧ୍ୟାୟ ଯାହା ବି ଟିଟିଲାଗଡ଼ର ବିକାଶ ପାଇଁ ଚିନ୍ତା କରି କାମରେ କରୀକି ଦେଖାଇ ଆଜି ସହରବାସୀଙ୍କ ମନରେ କିଛି ସ୍ଥାନ ନେଇ ପାରିଛନ୍ତି। ଆଗକୁ ତାଙ୍କ ଚଲାପଥ କୁସୁମିତ ହେବା ସହ ବିଭିନ୍ନ ଉନ୍ନୟନ ମୂଳକ କାମ କରନ୍ତୁ ବୋଲି କହିବା ସହ ସହରବାସୀ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.