ବର୍ଷାରେ ଉବୁଟୁବୁ ଭୁବନେଶ୍ୱର

71

ଭୁବନେଶ୍ୱର : ମାତ୍ର କିଛି ସମୟର ବର୍ଷାରେ ଭୁବନେଶ୍ୱରରେ ବନ୍ୟା ଭଳି ପରିସ୍ଥତି ସୃଷ୍ଟି ହୋଇଯାଇଥିଲା । ରାଜଧାନୀ ରାସ୍ତାରେ ଜମି ରହିଥିଲା ଏହି ଭଳି ପାଣି । ଏହି ଦୃଶ୍ୟ ହେଉଛି ଇସ୍କନ ମନ୍ଦିର ସାମନାର ଦୃଶ୍ୟ । ପାଣି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, କାର ଓ ଅଟୋ ରିକ୍ସା ବୁଡିବା ଭଳି ମଧ୍ୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏକ କାରର ଷ୍ଟାର୍ଟ ବନ୍ଦ ହୋଇଯିବାରୁ ତାକୁ ଲୋକେ ଠେଲି ଠେଲି ପାଣିରୁ ବାହାର କରୁଥିବା ଦେଖିବାକୁ ମିଳିଥିଲା । ଏକ ଅଟୋ ବି ପ୍ରାୟ ବୁଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକେ ତାକୁ ମଧ୍ୟ ଠେଲି ଠେଲି ବାହାରକୁ ନେଇଥିଲେ ।

ପ୍ରାୟ ସବୁବର୍ଷ ଇସ୍କନ ମନ୍ଦିର ଆଗରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । କିଛି ସମୟ ପରେ ବର୍ଷା କମିଯିବା ପରେ ପୁଣି ପରିସ୍ଥିତି ସାମାନ୍ୟ ହୋଇଯାଏ । ଆଜି ବର୍ଷା ହେବା ସମୟରେ ସିଆରପି ଛକରେ ବ୍ୟାରିକେଡିଂ କରି ଟ୍ରାଫିକକୁ ଅଟକାଇ ଦିଆଯାଇଥିଲା । ସେହି ରାସ୍ତାରେ କାହାକୁ ଛଡାଯାଇନଥିଲା । ବର୍ଷା କମିବା ପରେ ଲୋକଙ୍କୁ ସେହି ରାସ୍ତାରେ ଛଡା ଯାଇଥିଲା । ପ୍ରାୟ ୧୨ରୁ ୧୫ ମିନିଟ ଭିତରେ ପାଣି ଛାଡି ଯାଇଥିଲା । ଓଭରବ୍ରିଜ ଉପରୁ ପାଣି ପଡିବା, ନୟାପଲ୍ଲୀ ଅଞ୍ଚଳ ଓ ସିଆରପିରୁ ସମସ୍ତ ପାଣି ଇସ୍କନ ମନ୍ଦିର ଆଗ ରାସ୍ତାକୁ ଆସିଥାଏ । ଏହି ପାଣି ଜମା ହୋଇଯାଏ । ଫଳରେ ଅଣ୍ଟର ଉପର ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ମାଡିଯାଏ । ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପୂରା ଟ୍ରାଫିକ୍ ଠପ୍ ହୋଇଯାଇଥାଏ । ଏପରିକି ବର୍ଷା ସମୟରେ ଏହି ବାଟ ଦେଇ ଗାଡି ମଟର ଯିବାଆସିବା କରିବା ମଧ୍ୟ ସମ୍ଭବ ହୁଏ ନାହିଁ ।

Comments are closed.