କୋଟିଏ ଟପିଲା ଟିକାକରଣ : ଓଡ଼ିଶାର ମାଇଲଖୁଣ୍ଟ

66

ଭୁବନେଶ୍ୱର : କୋଟିଏ ଟପିଲା ସିଙ୍ଗଲ୍ ଡୋଜ୍ । ଓଡ଼ିଶାରେ ପ୍ରଥମ ଡୋଜ କୋଭିଟା ଟିକା ୧ କୋଟି ଲୋକେ ନେଇସାରିଲେଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏପଟେ କରୋନାର ଦ୍ୱିତୀୟ ଲହର ନ ସରୁଣୁ ଆଶଙ୍କା କରାଯାଉଛି ଯେ, ହୁଏତ ତୃତୀୟ ଲହର ମଧ୍ୟ ଆସିପାରେ । ଯଦି କରୋନାର ତୃତୀୟ ଲହର ଆସେ, ତେବେ ଏହା ଦ୍ୱିତୀୟ ଲହର ପରି ସେତେଟା ସାଂଘାତିକ ହେବନି ବୋଲି ଆକଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସାରେ ଦ୍ୱିତୀୟ ଲହରର ଅଧା ହୋଇପାରେ ତୃତୀୟ ଲହର । ଦ୍ୱିତୀୟ ଲହରରେ ଦିନକୁ ଯେତେ ସଂକ୍ରମିତ ଚିହ୍ନଟ ହେଉଥିଲା, ତୃତୀୟ ଲହରରେ ତାର ଅଧା ଲୋକ ପଜିଟିଭ ବାହାରିପାରନ୍ତି ।

ଏହି ବିଶେଷଜ୍ଞ ଟିମ୍ ର ପୂର୍ବାନୁମାନ ଅନୁସାରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଆସିବାର ଆଶଙ୍କା ଅଛି । ସେପଟେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲକୁ ସଜାଗ ରଖାଯାଇଛି । ଡାକ୍ତର, ନର୍ସଙ୍କୁ ଟ୍ରେନିଂ ଦିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଭିମ୍ସାରରେ ୨୦, ଏସ୍ସିବିରେ ୧୦, ବାଲେଶ୍ୱରରେ ୧୦ଟି ବେଡ୍ ବ୍ୟବସ୍ଥା ହେଉଥିବା ସେ ଦୋହରାଇଛନ୍ତି ।

Comments are closed.