ଘରେ ରହି ରଥଯାତ୍ରା ଦେଖନ୍ତୁ: ପୋଲିସ ଡିଜି

64

ପୁରୀ : ପୁରୀ ଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ କାମ କରୁଥିବା କହିଛନ୍ତି ପୋଲିସ ଡିଜି । ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା । ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଲେ ପୋଲିସ ଡିଜି ।

କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍ପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେତେ ପୋଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ ହେବ । ଘରେ ରୁହନ୍ତୁ, ମୋବାଇଲ ଓ ଟିଭିରେ ଭଗବାନଙ୍କୁ ଦର୍ଶନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ଅଭୟ । ସରକାରଙ୍କ ରଥଯାତ୍ରା ଗାଇଡ୍ଲାଇନ୍ ପାଳନ୍ତୁ ପୁରୀବାସୀ । ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବେଠକରେ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ସାମିଲ ଥିଲେ । ପୁରୀ ଏସ୍ପି ଓ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.