ଚୀନ୍ କବଜାରେ ଆମେରିକା ମିଡିଆ

70

ନୂଆଦିଲ୍ଲୀ : ସାରା ବିଶ୍ୱକୁ କରୋନା ମହାମାରୀ ଦେଇଥିବା ନେଇ ଚୀନ ବିରୋଧରେ ବାରମ୍ବାର ବିଷୋଦଗାର କରୁଛି ଆମେରିକା । ହେଲେ ଆମେରିକା ଜଷ୍ଟିସ ଡିପାର୍ଟମେଣ୍ଟର ଏକ ତଥ୍ୟରୁ ଜଣାପଡିଛି ଯେ,ଗତ ୬ ମାସ ହେଲା ଆମେରିକା ଗଣମାଧ୍ୟମକୁ ପୁଳାପୁଳା ଟଙ୍କା ଦେଇ କିଣିନେଇଛି କନ୍ୟୁନିଷ୍ଟ ପାର୍ଟି ଅଫ ଚାଇନା । ଚୀନ ସରକାରଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ପରିଚାଳିତ ଚାଇନା ଡେଲି ଜରିଆରେ ଆମେରିକାର ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜକୁ ଏହି ଟଙ୍କା ଦିଆଯାଇଥିବା ଜଣାପଡିଛି ।

ଆମେରିକାରୁ ପ୍ରକାଶିତ ଟାଇମ ମାଗାଜିନ୍ ଓ ଫରେନ ପଲିସି ମାଗାଜିନକୁ ଗତ ୬ ମାସ ମଧ୍ୟରେ ଲକ୍ଷ ଲକ୍ଷ ଡଲାର ଦିଆଯାଇଥିବା ଏହି ରିପୋର୍ଟରୁ ଜଣାପଡିଛି । ଗତ ମାସରେ ମଧ୍ୟ ଏହିଭଳି ଏକ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଦାବି କରାଯାଇଥିଲା ଯେ, ଚାଇନା ଡେଲି ଜରିଆରେ ୨୦୧୬ ନଭେମ୍ବରରୁ ଆମେରିକାରୁ ପ୍ରକାଶିତ ୱାସିଂଟନ୍ ପୋଷ୍ଟକୁ ପ୍ରାୟ ୪୦ ଲକ୍ଷ ୬୦ ହଜାର ଡଲାର ଏବଂ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ୬୦ ଲକ୍ଷ ଡଲାର ଦିଆଯାଇଛି । ଏହି ଦୁଇ ଖବରକାଗଜ ଚାଇନା ୱାଚ୍ ନାଁରେ ସ୍ୱତନ୍ତ୍ର ପୃଷ୍ଠା ପ୍ରକାଶ କରି ଏଥିରେ ବେଜିଂ ସପକ୍ଷବାଦୀ ଖବର ସବୁ ପ୍ରକାଶ କରିଛନ୍ତି । ସେହିପରି ଏକାଧିକ ଖବରକାଗଜକୁ ବିଜ୍ଞାପନ ବାବଦରେ କୋଟି କୋଟି ଡଲାର ଦେଇଛି ଡେଲି ଚାଇନା ।

Comments are closed.