ଗୁଣନିଧିଙ୍କୁ ବିଭିନ୍ନ ମହଲରୁ ସହାୟତାର ହାତ ବଢ଼ାଇଲେ

64

କର୍ଳାମୁଣ୍ଡା : କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଲୋକେ କହନ୍ତି ଯାହାର କେହି ନାହିଁ ତାହାର ଭଗବାନ ଅଛନ୍ତି ଏହା ବାସ୍ତବରେ ଶହେ ଗୁଣା ସତ । ଗୁଣନିଧିଙ୍କୁ ସହାୟତା ଦାବି ଗତ କାଲି ଡୁମାଣୀ ଖବର ଶିର୍ଷକ ଖବର ପ୍ରସାରଣ ହେବା ଫଳରେ ଆଜି ସମାଜ ସେବୀ ମନୋଜ ପଟ୍ଟନାୟକ ଆସି ଗୁଣନିଧି ପରବାରଙ୍କୁ ୧ ହଜାର ଟଙ୍କା ସହିତ ରାସନ ସାମଗ୍ରି ଯୋଗାଇଦେଇ ପରିବାରଙ୍କୁ ହସ ଫୁଟାଇଥିଲେ ।

ଦୀର୍ଘ ଦୁଇ ବର୍ଷ ପୂର୍ବରୁ ଗୁଣନିଧିଙ୍କୁ ଅଜଣା ରୋଗରେ ପଡି ସେ ବର୍ତ୍ତମାନ ଶଯ୍ୟାଶାୟୀ  ରହି ଜୀବନ ସହିତ ସଂଗ୍ରାମ କରୁଛନ୍ତି । କିନ୍ତୁ ପରିତାପର ବିଷୟ ସେ ଜଣେ ମୂଲିଆ ଭାବେ କାମ କରି କିଛି ଉପାର୍ଜନ କରୁଥିଲେ । ଗୁଜୁରାଣ ମେଣ୍ଟାଉଥିଲେ ମଧ୍ୟ ଭୋକର ଶୋଷ ମେଣ୍ଟାଇ ପାରୁନଥିବା ବେଳେ ହଠାତ ଅଜଣା ରୋଗରେ ପଡ଼ି ଏବେ ବିଭିନ୍ନ ସମସ୍ୟା  ସହିତ ଔଷଧ କିଣିବା ପାଇଁ ବାଧକ ସାଝିଛି ଅର୍ଥ । ପରିବାର କହିଲେ ସ୍ତ୍ରୀ ଓ କୁନି ଝିଅ ପର ଘରେ ମୂଳ ଲାଗି ପରିବାରକୁ ପରିପୋଷଣ କରୁଛନ୍ତି । କିନ୍ତୁ ଗୁଣନିଧି ସାହୁଙ୍କ ସମ୍ପର୍କରେ କହିଲେ ମାତ୍ର ଘର ଡିହ ଛଡା ଆଉ କିଛି ନାହିଁ ।ଗୁଣନିଧି ଙ୍କ ବୟସ ୬୫ ରୁ ଉର୍ଦ୍ଧ ହେଲେ ବି ଭତ୍ତା ଖଣ୍ଡେ ବି ମିଳି ପାରି ନାହିଁ । ଡୁମାଣୀ ଖବରରେ ପ୍ରକାଶିତ ପରେ ତହସିଲ ଅଫିସ ତରଫରୁ ପଲିଥିନ ଦେଇ ତହସିଲ ଦାର ବାସନ୍ତି ସେଠି ପରିବାର ପକ୍ଷରୁ ସହାୟତା ରାଶି ଯୋଗେଇବା ପାଇଁ ପରିବାରଙ୍କୁ ଆଶ୍ବାସନା ଦେଇଛନ୍ତି ।

Comments are closed.