କଲେଜ ଓ ୟୁନିଭରସିଟି ଆସିବେ ସବୁ କର୍ମଚାରୀ

71

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନରେ ସବୁ ଷ୍ଟାଫ୍ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି (ଜୁଲାଇ୬) ଠାରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଉଭୟ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫ୍ ନିୟମିତ ଆସିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କୁଳପତି ଓ ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ପାଇଁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ଚାଲିଥିଲା ।

ବର୍ତମାନ କୋଭିଡ୍ ପରିସ୍ଥିତିର ସୁଧାର ଆସିଥିବାରୁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା ପ୍ରତ୍ୟାହାର କରାଗଲା । ଆଗକୁ ୟୁଜି ଓ ପିଜି ପରୀକ୍ଷା ଥିବାରୁ ସମସ୍ତ ଷ୍ଟାଫ୍ ଆସିବା ଜରୁରୀ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।ତେବେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ପୂର୍ବକ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

Comments are closed.