ମୋଦୀଙ୍କୁ ଚିଠି ଲେଖିଲେ ନବୀନ : ମାସକ ପାଇଁ ଖୋଲୁ ଆବାସ ପ୍ଲସ୍ ଆପ

60

ଭୁବନେଶ୍ୱର : ଆବାସ ଯୋଜନା ହିତାଧିକାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟ ପାଇଁ ଆବାସ ପ୍ଲସ୍ ମୋବାଇଲ ଆପ୍ କାର୍ଯ୍ୟକ୍ଷମ କରାଯାଉ । ୧ମାସ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଦାବି କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆବାସ ପ୍ଲସ୍କୁ ସ୍ଥାନାନ୍ତର କରାଯାଉ । କେନ୍ଦ୍ର ସରକାର କେବଳ ୧୪ ଫନି ପ୍ରଭାବିତ ଜିଲ୍ଲା ପାଇଁ ଆପ୍ କାର୍ଯ୍ୟକ୍ଷମ କରିଛନ୍ତି । ଅନ୍ୟ ୧୬ ଜିଲ୍ଲା ଏଥିରୁ ବଞ୍ଚିତ ହୋଇଛନ୍ତି । ବଞ୍ଚିତ ଜିଲ୍ଲା ମଧ୍ୟରେ କେବିକେ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳ ହିତାଧିକାରୀ ଅଛନ୍ତି । ଏଥି ପ୍ରତି ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ହୋଇନଥିବା ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ସେ ଦାବି କରିଛନ୍ତି । ଓଡ଼ିଶା ପାଇଁ ୮ ଲକ୍ଷ ୧୭ ହଜାର ଟାର୍ଗେଟ୍ ଦେଇଛି କେନ୍ଦ୍ର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଜୀବନ-ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ :

ମଣିଷର ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ । ସୁଷମ ଖାଦ୍ୟ, ସ୍ୱଚ୍ଛ ଜଳ ଏବଂ ପ୍ରଦୂଷଣମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ହିଁ ପୂରଣ କରିଥାଏ । ଏହାବ୍ୟତୀତ ଉଦ୍ଭିଦ ଜଗତର ଔଷଧୀୟ ମୂଲ୍ୟକୁ ଆମେ ବିଭିନ୍ନ ସମୟରେ ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ଭଲ ଭାବରେ ଉପଲବ୍ଧ କରିପାରିଛୁ । ସେଥିାପାଇଁ ରାଜ୍ୟବାସୀ ନିଜର ଘର, ଜମି କିମ୍ବା ଆଖପାଖ ଅଞ୍ଚଳରେ ଥିବା ଖାଲି ଜାଗାରେ ଅଧିକରୁ ଅଧିକ ଚାରାରୋପଣ କରି ତାହାର ଯତ୍ନ ନେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୭୨ତମ ବନମହୋତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ବୃକ୍ଷରୋପଣର ଗୁରୁତ୍ୱ ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ମୌସୁମୀ ପ୍ରାରମ୍ଭରେ ଦେଶବ୍ୟାପୀ ବନମହୋତ୍ସବ ପାଳନ କରାଯାଉଛି । କୋଭିଡ ମହାମାରୀ ସମୟରେ ମଧ୍ୟ ବୃକ୍ଷ ଆମ ପାଇଁ ଅନେକ ସହାୟକ ହୋଇଛି । ପାରମ୍ପରିକ ଔଷଧ ପ୍ରଣାଳୀକୁ ଅନୁଶୀଳନ କରି ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଔଷଧୀୟ ବୃକ୍ଷଗୁଡିକର ବ୍ୟବହାର ବୃଦ୍ଧି ପାଇଛି । କୋଭିଡ୍ର ଦ୍ୱିତୀୟ ଲହର ଶେଷ ହୋଇନାହିଁ । ଏହା ସହିତ ତୃତୀୟ ଲହରର ସୂଚନା ମଧ୍ୟ ଆସୁଛି । ତେଣୁ ରାଜ୍ୟବାସୀ ଟିକା ନେବା ସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡର ସମସ୍ତ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Comments are closed.