୧୫ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ କେନ୍ଦ୍ରକୁ ଚିଠି

58

ଭୁବନେଶ୍ୱର : ରାଜ୍ୟରେ ଯେତିକି କୋଭିସିଲ୍ଡ ଅଛି ତାହା ଆସନ୍ତା ଦୁଇ ଦିନରେ ଶେଷ ହୋଇଯିବ । ଏଣୁ ଶୀଘ୍ର ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଣ ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଚିଠିରେ ସେ ଲେଖିଛନ୍ତି ଯେ, ଏବେ ରାଜ୍ୟରେ କେବଳ ୬ ଲକ୍ଷ ୧୪ ହଜାର ମାତ୍ରା କୋଭିସିଲ୍ଡ ଟିକା ରହିଛି । କିନ୍ତୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଏବେ ବି ୨୮.୩୧ ଲକ୍ଷ ଲୋକ ଅଛନ୍ତି । କିନ୍ତୁ ଜୁଲାଇ ମାସରେ ଓଡ଼ିଶାକୁ ପ୍ରାୟ ୨୫ ଲକ୍ଷ ୩୧ ହଜାର ମାତ୍ରା କୋଭିସିଲ୍ଡ ପଠାଇବାକୁ କେନ୍ଦ୍ର ସରକାର ଧାର୍ୟ୍ୟ କରିଛନ୍ତି । ଏଣୁ କେନ୍ଦ୍ର ସରକାର ତୁରନ୍ତ ଅତିରିକ୍ତ ୧୫ ଲକ୍ଷ ମାତ୍ରା କୋଭିସିଲ୍ଡ ପଠାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ରାଜ୍ୟ ସରକାର ଦୈନିକ ହାରାହାରି ୩ ଲକ୍ଷ ମାତ୍ରା ଟିକା ଦେଉଛନ୍ତି । କିନ୍ତୁ କେନ୍ଦ୍ର ସରକାର ଉଚିତ ସମୟରେ ଆବଶ୍ୟକ ମାତ୍ରାରେ ଟିକା ନ ପଠାଇଲେ ଟିକାକରଣ ପ୍ରଭାବିତ ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.