ବୁଡିବ ଉପକୂଳ ସହର ! ବର୍ଷକୁ ତରଳୁଛି ୫୩ ହଜାର ବର୍ଗ କିଲୋମିଟର ବରଫ

55

ନୂଆଦିଲ୍ଲୀ :ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱକୁ ଏକ ବଡ଼ ବିପଦ ମାଡିଆସୁଛି । ବିଶ୍ୱତ୍ତାପନ ବୃଦ୍ଧି ଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ ତରଳିବାରେ ଲାଗିଛି । ଏହା ପ୍ରଭାବରେ ୧୯୫୧ ତୁଳନାରେ ସମୁଦ୍ର ଜଳସ୍ତର ଯଥେଷ୍ଟ ପରିମାଣର ବୃଦ୍ଧି ପାଇଛି । ଏହି ଧାରା ଜାରି ରହିଲେ ୨୦୫୦ ମସିହା ବେଳକୁ ବହୁ ଉପକୂଳ ସହର ବୁଡ଼ିଯିବ ବୋଲି ଚାଇନାର ଲାନ୍ଝୋର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି । ଭୂବିଜ୍ଞାନୀ ସିଆଓକିଙ୍ଗ ପେଙ୍ଗ କହିଛନ୍ତି ଯେ, ବିଶ୍ୱତ୍ତାପନ ବଢ଼ିବା ଯୋଗୁ ପ୍ରତିବର୍ଷ ମେରୁ ଅଞ୍ଚଳରେ ୫୩ହଜାର ବର୍ଗ କିମି ବରଫ ତରଳିବାରେ ଲାଗିଛି ।

୨୦୨୦ ବିଶ୍ୱର ସବୁଠାରୁ ଅଧିକ ଉତ୍ତପ୍ତ ବର୍ଷ ରହିଥିବା ନେଇ ଆମେରିକାର ଗବେଷଣା ସଂସ୍ଥା ନାସା ପକ୍ଷରୁ ମଧ୍ୟ କୁହାଯାଇଛି । ଚଳିତବର୍ଷ ଆମେରିକା ଭଳି ଥଣ୍ଡା ଦେଶରେ ତାପମାତ୍ରା ୫୦ଡିଗ୍ରୀ ହେବା ସହିତ ୫୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଛି । ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ଥିବା ଫଙ୍ଗସ୍ ଜାତୀୟ ଉଦ୍ଭିଦ ନଷ୍ଟ ହେଉଥିବାରୁ ମୌସୁମୀରେ ଅନିୟମିତତା ଦେଖାଯିବ ବୋଲି ସତର୍କ ସୂଚନା ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା ଧୀରେ ଧୀରେ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିବାରେ ଲାଗିଛି ।

Comments are closed.