ନୂଆ ଟିମ୍ ରେ ଓଡ଼ିଶାରୁ ଦୁଇ : ବୈଷ୍ଣବ କ୍ୟାବିନେଟ୍, ଟୁଡୁ ରାଷ୍ଟ୍ରମନ୍ତ୍ରୀ

62

-ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳରେ ଓଡ଼ିଶାରୁ ଦୁଇଜଣଙ୍କୁ ମନ୍ତ୍ରୀପଦ ମିଳିଛି । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଏବଂ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀପଦ ମିଳିଛି । ଅଶ୍ୱିନୀଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ବିଶେଶ୍ୱରଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ । ଅଶ୍ୱିନଙ୍କ ନାଁ ଆଗରୁ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଡାକ୍ ହର୍ସ ହୋଇ ଆଗକୁ ଆସିଲେ ବିଶେଶ୍ୱର ଟୁଡୁ । ଟାଣୁଅ ଆଦିବାସୀ ନେତା ଭାବେ ପରିଚିତ ବିଶେଶ୍ୱରଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ୨୦୧୯ରେ ପ୍ରଥମଥର ପାଇଁ ସାଂସଦ ହୋଇ ନିର୍ବାଚିତ ହୋଇଥିଲେ ।

ମୋଦୀଙ୍କ ପ୍ରଥମ ପାଳିରେ ଆଦିବାସୀ ନେତା ଜୁଏଲ ଓରାମଙ୍କୁ ମନ୍ତ୍ରୀ ଓ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରାଯାଇଥିଲା । ମୋଦୀଙ୍କ ଦ୍ୱିତୀୟ ପାଳିରେ ଜୁଏଲଙ୍କୁ ମନ୍ତ୍ରୀପଦ ମିଳିନଥିଲା ଓ ଦ୍ରୌପଦୀଙ୍କ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସରିଛି । ଏଭଳି ସ୍ଥିତିରେ ଓଡ଼ିଶାରୁ ଜଣେ ଆଦିବାସୀ ନେତା ବିଶେଶ୍ୱରଙ୍କୁ ମନ୍ତ୍ରୀପଦ ଦେଇଛନ୍ତି ମୋଦୀ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଜି ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଶ୍ୱିନ ଆଇଆଇଟି କାନ୍ପୁରରୁ ଏମ୍ଟେକ୍ କରିଥିବା ବେଳେ ସେ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ । ଓଡ଼ିଶାର ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଭାବେ କାମ କରିସାରିଛନ୍ତି । ଅଶ୍ୱିନୀଙ୍କ ରାଜ୍ୟ ସରକାରଙ୍କ ଉତ୍ତମ ସମ୍ପର୍କ ରହିଛି । ରାଜ୍ୟସଭା ନିର୍ବାଚନ ସମୟରେ ଅଶ୍ୱିନଙ୍କୁ ମିଳିଥିଲା ବିଜେଡିର ସମର୍ଥନ । ସେ ଯେତେବେଳେ ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ସମର୍ଥନ ପାଇଁ ଅନୁରୋଧ କରିଥିଲେ । ଏହାଛଡ଼ା ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅଟଳ ବିହାରୀ ବାଜପେୟୀଙ୍କ ସଚିବ ଥିଲେ ।

Comments are closed.