ଅଗଷ୍ଟ ୧୫ରୁ ଏସ୍ସିବିରେ କାର୍ଯ୍ୟକ୍ଷମ ହେବ ଇକ୍ମୋ

71

ଭୁବନେଶ୍ୱର : କଟକ ବଡ଼ମେଡିକାଲ୍ରେ ଲାଗିବ ୯ ଇକ୍ମୋ ମେସିନ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାକୁ ୯ଟି ଇକ୍ମୋ ମେସିନ୍ ଆସିବ । ସବୁ ଏସ୍ସିବି ମେଡିକାଲ୍ରେ ଲାଗିବ । ଆସିବାକୁ ଥିବା ୯ଟି ଇକ୍ମୋ ମେସିନ୍ ଭିତରୁ ୬ଟିକୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆସିବ । ବାକି ୩ଟି ମେସିନ୍ ସିଏସ୍ଆର୍ ପାଣ୍ଠିରୁ କିଣାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେ ଆହୁରି କହିଛନ୍ତି, ଇକ୍ମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି । ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ । ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ । ଅଗଷ୍ଟ ୧୫ ତାରିଖରୁ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେପଟେ କରୋନା ମୃତ୍ୟୁକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ ସ୍ୱାସ୍ଥ୍ୟ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି, ତାହା ବର୍ତ୍ତମାନର ନୁହେଁ । ଆଜି ଆସୁଥିବା ମୃତ୍ୟୁସଂଖ୍ୟା ଗତକାଲିର ଘଟଣା ନୁହେଁ । କୋଭିଡ୍ ମୃତ୍ୟୁ ୩ ଥାକିଆ ଅଡିଟ୍ କମିଟି ଦ୍ୱାରା ସ୍ଥିର ହୋଇଥାଏ । ସଂପୃକ୍ତ ମେଡିକାଲ, ଜିଲ୍ଲା ଓ ରାଜ୍ୟ କମିଟି ଅଡିଟ କରିଥାଏ । ମେ ଓ ଜୁନ୍ ରେ ପ୍ରବଳ କେସ ଥିବାରୁ ଡାକ୍ତର ସମୟ ପାଇନଥିଲେ । ମେ’ ଓ ଜୁନ୍ ରେ ଘଟିଥିବା ମୃତ୍ୟୁକୁ ସମୀକ୍ଷା କରାଯାଇ ଏବେ ସଂଖ୍ୟା ଆସୁଛି ବୋଲି ଏସିଏସ୍ ଶ୍ରୀ ମହାପାତ୍ର କହିଛନ୍ତି ।

Comments are closed.