ଟ୍ରକ୍ କୁ ପିଟିଲା ମାଛ ବୋଝେଇ ପିକଅପ୍ ଭ୍ୟାନ୍, ହେଲପର୍ ମୃତ

62

ବାଲେଶ୍ୱର : ୬୦ ନଂ ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ନିକଟରେ ଟ୍ରକ୍ ପଛରେ ଧକ୍କା ଦେଇଛି ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ । ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ପିକଅପ୍ ଭ୍ୟାନ୍ ର ହେଲପର୍ ।

ସୂଚନା ଅନୁଯାୟୀ, ଆଜି ସକାଳେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ମାଛ ବୋଝେଇ ପିକଅପ୍ ଭ୍ୟାନଟି ବରୁଣଗଡ଼ିଆ ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକ୍ କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପିକଅପ୍ ଭ୍ୟାନ୍ ର ହେଲପର୍ ପ୍ରାଣ ହରାଇଥିଲେ । ଦୁଘଟଣା ପରେ ଟ୍ରକ୍ ଟି ସେଠାରୁ ଫେରାର୍ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବସ୍ତା ମେଡିକାଲକୁ ପଠାଇଛି । ତେବେ ଅଦ୍ୟାବଧି ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।

Comments are closed.