ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଶ୍ରୀମନ୍ଦିରରେ ଲେଜର୍ ସ୍କାନିଂ

69

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଶ୍ରୀମନ୍ଦିରରେ ଲେଜର୍ ସ୍କାନିଂ କରାଯିବ । ଲେଜର ସ୍କାନିଂ ପରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ରହିଥିବା ଦୁର୍ବଳ ପଥରର ସ୍ଥିତି ଜାଣି ହେବ ଓ ଏସବୁରେ ରହିଥିବା ଫାଟର ମରାମତି କରାଯିବ । ନାଟ ମଣ୍ଡପ, ଗର୍ଭଗୃହ ଓ ଜଗମୋହନର ଲେଜର୍ ସ୍କାନିଂ ହେବ । ଏଥି ନିମନ୍ତେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ନିୟୋଜିତ ହେବେ ବୋଲି ଜଣାପଡିଛି ।

ପ୍ରକାଶ ଥାଉ କି, ଏଥି ପୂର୍ବରୁ କୋଣାର୍କ ମନ୍ଦିରରେ ମଧ୍ୟ ଲେଜର ସ୍କାନିଂ ଦ୍ୱାରା ଅନେକ ଦୁର୍ବଳ ପଥରକୁ ଚିହ୍ନଟ କରାଯାଇଥିଲା ।

Comments are closed.