ପୃଥିବୀମୁହାଁ ସୌରଝଡ

57

-ଘଣ୍ଟା ପ୍ରତି ବେଗ ୧୬ଲକ୍ଷ କିଲୋମିଟର

ନୂଆଦିଲ୍ଲୀ : ଶକ୍ତିଶାଳୀ ସୌରଝଡ ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡି ଆସୁଛି । ଏହି ସୌର ଝଡ ରବିବାର କିମ୍ବା ସୋମବାର କୌଣସି ବି ସମୟରେ ପୃଥିବୀ ସହ ଧକ୍କା ହୋଇପାରେ । ବୈଜ୍ଞାନିକ ଚେତାବନୀ ଦେଇ କହିଛନ୍ତି ଯେ, ଏହି ଝଡ କାରଣରୁ ଉପଗ୍ରହ ସିଗ୍ନାଲରେ ମଧ୍ୟ ବାଧା ଆସିପାରେ । ଯେଉଁଥିରେ ବିମାନର ଉଡାଣ, ରେଡିଓ ସିଗ୍ନ।।ଲ, ଯୋଗାଯୋଗ ଓ ପାଣିପାଗ ଉପରେ ପ୍ରଭାବ ଦେଖିବାକୁ ମିଳିପାରେ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଅନୁମାନ ଅନୁଯାୟୀ, ଝଡ ଘଣ୍ଟା ପ୍ରତି ୧୬ ଲକ୍ଷ ନଅ ହଜାର ୩୪୪ କିମି ବେଗରେ ଆଗକୁ ମାଡି ଆସୁଛି । ଏହାର ବେଗ ଆହୁରି ମଧ୍ୟ ବଢିପାରେ ।

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଯଦି ମହାକାଶରେ ମହାଝଡ ଆସେ ତେବେ ପୃଥିବୀ ପୃଷ୍ଠରେ ପ୍ରାୟ ସବୁ ସହରର ବିଜୁଳି କଟି ଯାଇପାରେ । ପାଣିପାଗ ଆଧାରିକ ଏକ ୱେବ୍ସାଇଟ୍ ଅନୁଯାୟୀ, ସୂର୍ଯ୍ୟର ବାୟୁମଣ୍ଡଳରୁ ଉତ୍ପନ ଏହି ସୌରଝଡ କାରଣରୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ପ୍ରଭୁତ୍ୱ ଥିବା ମହାକାଶର ଏକ ଅଞ୍ଚଳରେ ବହୁତ ପ୍ରଭାବ ଦେଖିବାକୁ ମିଳିପାରେ । ଉତ୍ତର କିମ୍ବା ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକେ ରାତିରେ ସୁନ୍ଦର ଏବଂ ଉଜ୍ଜ୍ୱଳ ଆଲୋକ ଦେଖି ପାରନ୍ତି । ସୌରଝଡ କାରଣରୁ ପୃଥିବୀର ବାୟୁମଣ୍ଡଳ ଗରମ ହୋଇଥାଏ,ଯାହାର ସିଧା ପ୍ରଭାବ ଉପଗ୍ରହ ଉପରେ ପଡିଥାଏ । ଏଥିରେ ଜିପିଏସ ନେଭିଗେସନ, ମୋବାଇଲ ଫୋନ୍ ସିଗ୍ନ।।ଲ ଓ ସାଟେଲାଇଟ୍ ଟିଭିରେ ବାଧା ଉତ୍ପନ ହୋଇଥାଏ । ପାୱାର ଲାଇନ୍ସରେ ବିଦ୍ୟୁତ୍ କ୍ଷୀପ୍ର ବେଗରେ ଆସିପାରେ, ଯେଉଁଥିରେ ଟ୍ରାନ୍ସଫର୍ମର ଉଡିପାରେ । କିନ୍ତୁ ଏହା ସାଧାରଣତଃ ବହୁତ କମ ଘଟିଥାଏ । କାରଣ ପୃଥିବୀ ପୃଷ୍ଠର ଚୁମ୍ବକୀୟ କ୍ଷେତ୍ର ଝଡ ବିରୋଧରେ ସୁରକ୍ଷା କବଚର କାମ କରିଥାଏ । ଏଥିସହ ଆଜିକାଲି କମ୍ପ୍ୟୁଟର ଅଟୋମେସନ ଉପରେ ନିର୍ଭରଶୀଳ । ତେଣୁ ବିଗତ ସୌରଝଡ ତୂଳନାରେ ଏଥର ସୌରଝଡର ପରିଣାମ କମ ଭୟାବହ ହୋଇପାରେ । ୧୯୮୯ରେ ଆସିଥିବା ସୌରଝଡ କାରଣରୁ ବିଜୁଳି ଚାଲିଯିବାରୁ କାନାଡାର କ୍ୟୁବାକ ସହର ୧୨ ଘଣ୍ଟା ଧରି ଅନ୍ଧାରରେ ରହିଥିଲା । ଏଥିରେ ଲକ୍ଷାଧିକ ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ।

Comments are closed.