ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁ ନାହାଁନ୍ତି ଡାକ୍ତର

50

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ସମୟରେ ଡାକ୍ତର ରହୁ ନଥିବା ଅଭିଯୋଗ ହୋଇଛି । ଫଳରେ ଏଠାକୁ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ମରଣ ମୁଖରେ ପଡୁଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ ଏହି ଡାକ୍ତରଖାନା ଯାଜପୁର ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଦୁର୍ଘଟଣାଜନିତ ଗୁରୁତର ରୋଗୀ ଏଠାକୁ ଅଧିକ ସଂଖ୍ୟାରେ ଆସୁଥିବା ବେଳେ ବିଳମ୍ବିତ ରାତ୍ରି କିମ୍ବା ଭୋର ସମୟରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସାସେବା ମିଳୁନଥିବା ଅଭିଯୋଗ ହେଉଛି ।

ଆଜି ସକାଳ ୮.୧୫ ରୁ ୮.୫୦ ପର୍ଯ୍ୟନ୍ତ ଏଠାରେ କେହି ଡାକ୍ତର ନଥିବା ବେଳେ ରାତି ୯ଟା ପରେ ମଧ୍ୟ ଏଠାରେ କୌଣସି ଡାକ୍ତର ନଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା । ଏଠାରେ ୨୪ ଘଂଟିଆ ଡାକ୍ତରୀସେବା ଯୋଗାଇ ଦେବାପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Comments are closed.