ଟାଟା ମ୍ୟାଜିକ – ସ୍କୁଟି ମୁହାଁମୁହିଁ ଧକ୍କା

68

-ସ୍କୁଟି ଆରୋହୀରୁ ଜଣେ ମୃତ, ଜଣେ ଗୁରୁତର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଜକମ ମୁଖ୍ୟ ରାସ୍ତାରେ ଏକ ଟାଟା ମ୍ୟାଜିକ ଓ ସ୍କୁଟି ମୁହାଁ ମୁହିଁ ଧକ୍କା ହେବା ଫଳରେ ସ୍କୁଟିରେ ବସିଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଘଟଣାରୁ ଜଣାଯାଏ ଯେ, ଗତକାଲି ରାତିରେ କନିଗୁମା ଗ୍ରାମର ବିକ୍ରମ ସୁନାନୀଙ୍କ ଦୁଇ ଝିଅ ଭବାନୀପାଟଣା ଅଭିମୁଖେ ଯାଉଥିଲେ ବିପରୀତ ଦିଗରୁ ଏକ ଟାଟା ମ୍ୟାଜିକ ଗାଡି ନମ୍ବର ଓଡି 08କେ..3751. ଗାଡି ସ୍କୁଟି. ନମ୍ୱର ଓଡି 08. ଏ ନ.2894 କୁ ଧକ୍କା ଦେଇଥିଲା । ଫଳରେ ନିରୁପମା ସୁନାନୀ ବୟସ (28)ଙ୍କ ମୃତ୍ୟୁ ହୋଇଥିବା ବେଳେ ସାନଭଉଣୀ ପ୍ରତିମା ସୁନାନୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାଯାଏ ।

Comments are closed.