ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶଂସା

54

ଭୁବନେଶ୍ୱର : ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । ଏଥିପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେମାନଙ୍କ ପାଇଁ ଆଜି ରାଜ୍ୟରେ ଅନେକ ଅଞ୍ଚଳ କରୋନାଠୁ ଦୂରେଇ ରହିଛି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ସେମାନଙ୍କର ପରିଶ୍ରମ ଯୋଗୁଁ ଅନେକ ଲୋକ କରୋନାକୁ ନେଇ ସଚେତନ ହୋଇଛନ୍ତି । ଏହି ସଚେତନା ପାଇଁ ଜୟପୁର ବ୍ଲକ୍ ର ୫୦ଟି ଗାଁରେ ସଂକ୍ରମଣ ଦେଖିବାକୁ ମିଳିନାହିଁ । ଜାତୀୟ ଗଣମାଧ୍ୟମରେ ମଧ୍ୟ ଓଡ଼ିଶାର ସଫଳତାକୁ ପ୍ରଶଂସା କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.